ଚୋରା ଏକେ ୪୭ ରାଇଫଲ ଯୋଗୁଁ ରକ୍ତରଞ୍ଜିତ ହେଉଛି ବିହାର

ପାଟନା: ୧୯୯୫ ମସିହାରେ ବିହାର ସୀମାକୁ ଲାଗି ପଶ୍ଚିମ ବଙ୍ଗର ପୁରୁଲିଆ ଅଞ୍ଚଳରେ ଲାଟିଭିଆ ବିମାନରୁ ଶହଶହ ଏକେ ୪୭ ସ୍ୱୟକ୍ରୀୟ ରାଇଫଳ ତଳକୁ ଖସିଥିଲା। ବହୁ ସଂଖ୍ୟକ ଏକେ ୪୭କୁ ପୁଲିସ ଜବତ କରିଥିଲା। ମାତ୍ର କିଛି କୁ ଅପରାଧୀମାନେ ଲୁଚାଇ ଦେଇଥିଲେ। ସେହିପରି ମଧ୍ୟପ୍ରଦେଶାର ଜବଳପୁର ଅର୍ଡିନାନ୍ସ ଫ୍ରାକ୍ଟ୍ରିିରୁ ୨୦୧୨ ମସିହାରେ ମଧ୍ୟ ବହୁ ସଂଖ୍ୟକ ଏକେ ୪୭ ରାଇଫଲ ଚୋରି ହୋଇଥିଲା। ଆଉ ଏହି ସବୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବେ ଅତି ରହସ୍ୟଜନକଭାବେ ବିହାରରେ ଅପରାଧିକ ତତ୍ତ୍ୱମାନଙ୍କ ଦ୍ୱାରା ବ୍ୟବହାର ହେଉଥିବା ପରି ଏକ ଚିନ୍ତାଜନକ ଖବର ଏବେ ପୁଲିସ ପ୍ରଶାସନକୁ ଉଦ୍‌ବିଗ୍ନ କରିଛି। ଏହି ଚୋରା ଏକେ ୪୭ ରାଇଫଳ ଏବେ ବିହାରକୁ ରକ୍ତରଞ୍ଜିତ କରୁଛି।
ଏହିପରି ୬୩ଟି ଏକେ ୪୭ ରାଇଫଲ ଏବେ ବିହାରରେ ପହଞ୍ଚିଥିବା ପୁଲିସ ଠୋସ ପ୍ରମାଣ ପାଇଛି। ଏପରିକି ପୁଲିସ ଅପରାଧ ଗ୍ୟାଙ୍ଗର ୪ ଜଣ ମହମ୍ମଦ ଥୁଫିର, ମହମ୍ମଦ ଇରଫାନ, ସାମସେର ଆଲମ ଓ ରିଜ୍‌ଓ୍ଵାନ ନାମକ ୪ ଜଣଙ୍କୁ ଗିରଫ କରିଛି। ବିଶେଷ କରି ଗତ ସେପ୍ଟେମ୍ବର ୨୩ ତାରିଖ ଦିନ ମୁଜାଫରପୁରର ପୂର୍ବତନ ମେୟର ସମୀର କୁମାର ଓ ତାଙ୍କ ଡ୍ରାଇଭରଙ୍କ ଗୁଳି କରି ହତ୍ୟା କରାଯିବା ପରେ ଏହି ଦୁଇଜଣଙ୍କୁ ଏକେ ୪୭ ରାଇଫଲରେ ହତ୍ୟା କରାଯାଇଥିବା ବରିଷ୍ଠ ଆଇପିଏସ ହରପିତ କୌର କହିଛନ୍ତି। ସେହିପରି ମେ ୧୨ ତାରିଖରେ ଆରଜେଡି ନେତା ଦିନା ଗୋପେଙ୍କ ହତ୍ୟା, ଜୁଲାଇ ମାସରେ ପୂର୍ବ ଚମ୍ପାରଣ ସ୍କୁଲ ଠାରେ ସଂଘଟିତ ଅପରାଧ, ୨୦୧୭ରେ ଏଲପିଜେ ନେତା ବ୍ରଜନାଥ ସିଂହ ହତ୍ୟା ମାମଲାରେ ମଧ୍ୟ ଏକେ ୪୭ ରାଇଫଲ ବ୍ୟବହାର ହୋଇଥିବା ଘଟଣା ଦର୍ଶାଉଛି ଯେ ବର୍ତ୍ତମାନ ବିହାରର ଅପରାଧୀମାନଙ୍କ ପାଖରେ ଅତ୍ୟାଧୁନିକ ଏକେ ୪୭ ରାଇଫଲ ପହଞ୍ଚିିଛି ଓ ଏଥିପାଇଁ ସମୟାନ୍ତରରେ ବିହାର ରକ୍ତରଞ୍ଜିିତ ହେଉଛି।
ତେବେ ସେପ୍ଟେମ୍ବର ମାସରେ ଏକ ୍ରସ୍ତ୍ରଶସ୍ତ୍ର ଚୋରାକାରବାର ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ସୈନିକ ପୁରୁଷୋତ୍ତମ ରଜକ ପଚରାଉଚରା ବେଳେ କହିଛନ୍ତି ଯେ, , ଜବଲପୁର ଅର୍ଡ଼ିନାନ୍ସ ଫ୍ରାକ୍ଟ୍ରିରୁ ଅନ୍ତତ ୬୩ଟି ଏକେ ୪୭ ରାଇଫଲ ବିହାରକୁ ଚୋରା ଚାଲାଣ ହୋଇଛି। ତେବେ ବର୍ତ୍ତମାନ ସୁଦ୍ଧା ପୁଲିସ ୨୦ଟି ରାଇଫଲ ଜବତ କରିଥିବାରୁ ଆହୁରି ବହୁ ରାଇଫଲ ବର୍ତ୍ତମାନ ବିହାରର ଅପରାଧୀମାନଙ୍କ ଦ୍ୱାରା ବ୍ୟବହାର ହେଉଛି। ଏପରିକି ଏହି ଏକେ ୪୭ ରାଇଫଳ ଅନ୍ୟ ରାଜ୍ୟକୁ ମଧ୍ୟ ଚୋରା ଚାଲାଣ ହୋଇଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର