ମଦ ପିଇଥିବାରୁ ଠିକ୍‌ ସମୟରେ ଘରକୁ ଫେରି ପାରିଲେ ନାହିଁ ଛାତ୍ରୀ, କାରଣ ପଚାରାଯିବାରୁ ଟିଉସନ୍‌ ସାର୍‌ଙ୍କ ଉପରେ ଲଗାଇଲେ ଦୁଷ୍କର୍ମର ମିଥ୍ୟା ଆରୋପ

ନୂଆଦିଲ୍ଲୀ : ଗାଜିଆବାଦ୍‌ରେ ଘଟିଥିବା ଘଟଣାକୁ ନେଇ ଏବେ ଚର୍ଚ୍ଚା । ଜଣେ ଯୁବତୀ ନିଜ ପରିବାର ଲୋକଙ୍କ ରାଗରୁ ବଞ୍ଚିବା ପାଇଁ ଟିଉସନ୍‌ଙ୍କ ସାର୍‌ଙ୍କ ବିରୋଧରେ ଦୁଷ୍କର୍ମର ମିଥ୍ୟା ଆରୋପ ଲଗାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଯୁବତୀ ନିଜ ବନ୍ଧୁଙ୍କ ସହ ମଦ ପିଇ ଘରକୁ ଆସୁଥିବା ବେଳେ ଅଧିକ ନିଶା ହୋଇଯିବାରୁ ସେ ତଳେ ପଡ଼ି ଯାଇଥିଲେ । ଯାହା ପରେ ତାଙ୍କ ସାଙ୍ଗ ତାଙ୍କୁ ନେଇ ଘରେ ପହଞ୍ଚାଇ ଥିଲେ । ଏପରି ଅବସ୍ଥା ଦେଖି ଘରେ ରାଗିବେ ବୋଲି ଭାବି ଯୁବତୀ ନିଜ ଟିଉସନ୍‌ ସାର୍‌ଙ୍କ ଉପରେ ମିଥ୍ୟା ଆରୋପ ଲଗାଇ ଦେଇଥିଲେ । ପରିବାର ଲୋକେ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ ତଦନ୍ତ କରିଥିଲା ପୁଲିସ । ପରେ ଆରୋପଟି ମିଥ୍ୟା ବୋଲି ଜଣା ପଡ଼ିଥିଲା ।

The Hindu

ସୂଚନା ମୁତାବକ, ବସୁନ୍ଧରାରେ ରହୁଥିବା ଯୁବତୀଙ୍କ ବନ୍ଧୁତା ଫେସ୍‌ବୁକ୍‌ ମାଧ୍ୟମରେ ଜଣେ ଯୁବକଙ୍କ ସହ ହୋଇଥିଲା । କିଛି ଦିନର କଥା ପରେ ଦୁହେଁ ଦେଖା ହେବାର ଯୋଜନା କରି ସୋମବାର ଏକ ପାର୍କରେ ଦେଖା ହୋଇଥିଲେ । ଦେଖା ହେବା ପରେ ଦୁହେଁ ପିଜ୍ଜା ଖାଇବା ସହ ମଦ ପିଇଥିଲେ । ମଦ ପିଇବା ପରେ ଯୁବତୀଙ୍କ ନିଶା ହୋଇଯିବାରୁ ସେ ତଳେ ପଡ଼ି ଯାଇଥିଲେ । ଏହି ସମୟରେ ତାଙ୍କ ପୋଷାକ ଫାଟି ଯିବା ସହ ତାଙ୍କୁ ଆଘାତ ମଧ୍ୟ ଲାଗିଥିଲା । ଯୁବତୀଙ୍କ ଅବସ୍ଥା ଦେଖି ତାଙ୍କ ଫେସ୍‌ବୁକ୍‌ ବନ୍ଧୁ ଘରକୁ ଛାଡ଼ିବା ପାଇଁ ଯାଇଥିଲେ । ଯୁବତୀଙ୍କ ଅବସ୍ଥା ଦେଖି ଏତେ ରାତିରେ କେଉଁଠି ଥିଲୁ ବୋଲି ପଚାରି ରାଗିବାରୁ ଯୁବତୀ ରାଗରୁ ବଞ୍ଚିବା ପାଇଁ ଟିଉସନ୍‌ଙ୍କ ସାର୍‌ ତାଙ୍କ ସହ ଦୁଷ୍କର୍ମ କରିଥିବା କହିଥିଲେ । ପରେ ପୁଲିସ ଏହି ମାମଲାର ତଦନ୍ତ କରିବା ପରେ ପ୍ରକୃତ ସତ ସାମ୍ନାକୁ ଆସିଥିଲା ।

ସମ୍ବନ୍ଧିତ ଖବର