ନାବାଳକକୁ ଅପହରଣ କରି ଇଟାରେ ଛେଚି ହତ୍ୟା କଲା ସାଙ୍ଗ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଗାଜିଆବାଦରେ ଜଣେ ୧୬ ବର୍ଷର ନାବାଳକ ଏବଂ ତାଙ୍କର ଦୁଇ ସାଙ୍ଗ ମିଳିତ ଭାବେ ଘଟାଇଛନ୍ତି ଏକ ଅଭାବନୀୟ ଘଟଣା । ସେମାନେ ଉଧାର ଟଙ୍କା ଶୁଝିବା ଆଶାରେ ନିଜର ସାଙ୍ଗକୁ ଅପହରଣ ଏବଂ ହତ୍ୟା କରାଯାଇଥିବାର ସୂଚନା ପ୍ରଦାନ କରିଛି ପୁଲିସ ।

ପୁଲିସ ସୂତ୍ର ଅନୁଯାୟୀ , ଇନ୍ଦିରାପୁରର ନିବାସୀ ୧୬ ବର୍ଷିୟ ନାବାଳକ ଆୟୁଷ ତାଙ୍କର ୩ ଜଣ ସାଙ୍ଗ ବିରାଟ, ବିଶାଳ ଏବଂ ପ୍ରତାପଙ୍କ ସହ ୧୬ ଏପ୍ରିଲ ଦିନ ବୈଶାଳୀ ମେଟ୍ରୋ ଷ୍ଟେଶନଠାରେ ଦେଖା କରିଥିଲେ । ସେଠାରୁ ଅଭିଯୁକ୍ତ ନାବାଳକମାନେ ଏବଂ ଆୟୁଷ ଏକ ବାଇକ୍‌ ଯୋଗେ ଏନଏଚ-୨୪ସ୍ଥିତ ଗ୍ରେଟର ନୋଏଡ଼ାର ଇକୋଟେକ୍‌ ଥାନା ଅନ୍ତର୍ଗତ ଏକ ପୋଖରୀ ପାଖକୁ ଯାଇଥିଲେ । ସେଠାରେ ହଠାତ ଆୟୁଷଙ୍କ ତିନି ସାଙ୍ଗ ତାଙ୍କୁ ତାଙ୍କ ପରିବାର ଲୋକଙ୍କୁ ସେ ଅପହରଣ ହୋଇ ଯାଇଛନ୍ତି କହି ଟଙ୍କା ମାଗିବା ପାଇଁ ବାଧ୍ୟ କରିଥିଲେ । ଏହା ଶୁଣିବା ପରେ ଆୟୁଷ ଏବଂ ଅଭିଯୁକ୍ତ ମଧ୍ୟରେ ମାରପିଟ ହୋଇଥିଲା । ପରେ ତିନି ଜଣ ନାବାଳକ ଅଭିଯୁକ୍ତ ଆୟୁଷଙ୍କୁ ଇଟାରେ ଛେଚିଛେଚି ମାରିବା ସହ ସେଠାରେ ତାଙ୍କୁ ଫୋପାଡ଼ି ଚାଲିଯାଇଥିଲେ ।

amarujala

ତେବେ ବର୍ତ୍ତମାନ ପୁଲିସ ମାମଲାଟିର ତଦନ୍ତ କରିବା ସହ ବିରାଟଙ୍କ ଉପରେ ୨.୫ ଲକ୍ଷର ଉଧାର ଥିବାର ଜାଣିପାରିଛି । ତେବେ ବିରାଟ ଏବଂ ତାଙ୍କର ଜଣେ ସାଥୀଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ଜଣଙ୍କୁ ଖୋଜିବା ଜାରି ରହିଛି।

ସମ୍ବନ୍ଧିତ ଖବର