୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷା ଦେବାକୁ ମନାକଲା କଲେଜ୍‌, ଭବିଷ୍ୟତ କଥା ଚିନ୍ତା କରି ହୃଦ୍‌ଘାତରେ ଛାତ୍ରଙ୍କ ଜୀବନ ଗଲା

ସତନା : ମଧ୍ୟପ୍ରଦେଶରେ ଘଟିଛି ଏକ ଲଜ୍ଜାଜନକ ଘଟଣା । ମାତ୍ର ୩୦୦ଟଙ୍କା ପାଇଁ ଚାଲି ଯାଇଛି ଏକ ନୀରିହ ଛାତ୍ରର ଜୀବନ । ବିସିଏ ପରୀକ୍ଷା ପାଇଁ ୩୦୦ଟଙ୍କା ଦେଇ ନ ପାରିବାରୁ ପରୀକ୍ଷକ ପୀଡ଼ିତ ଛାତ୍ରକୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ଦେଇ ନଥିଲେ । ପରୀକ୍ଷା ଦେଇ ନ ପାରିବାରୁ ନିଜ ଭବିଷ୍ୟତ ଅନ୍ଧାର ବୋଲି ଭାବି ଭାବି ହୃଦ୍‌ଘାତରେ ଛାତ୍ରଜଣକ ମୃତ୍ୟୁମୁଖରେ ପଡ଼ିଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ସାକେତରେ ରହୁଥିବା ମୋହନଲାଲ ଏକ ଘରୋଇ କଲେଜରେ ବିସିଏ ପାଠ ପଢ଼ୁଥିଲେ । ପରୀକ୍ଷା ପୂର୍ବରୁ ତାଙ୍କୁ ୨୬,୦୦୦ଟଙ୍କା କଲେଜରେ ଭରିବାକୁ ଥିବା ବେଳେ କୌଣସି କାରଣରୁ ସେ ୨୫,୭୦୦ଟଙ୍କା ଦେଇ ପାରିଥିଲେ । ବାକି ୩୦୦ଟଙ୍କା ସେ ପରେ ନିଶ୍ଚୟ ଦେଇ ଦେବେ ବୋଲି କଲେଜରେ ଜଣାଇଥିଲେ । ପରୀକ୍ଷା ଦିନ କଲେଜରେ ପହଞ୍ଚି ଆଡ୍‍ମିଟ୍‌ କାର୍ଡ଼ ମାଗିବା ପରେ କଲେଜ ତରଫରୁ ତାଙ୍କୁ ଆଡମିଟ୍‌ କାର୍ଡ଼ ଦିଆଯିବ ନାହିଁ ବୋଲି କୁହାଯାଇଥିଲା । ଏହା ଶୁଣି ସେ କଲେଜର ପ୍ରବନ୍ଧକଙ୍କୁ ପଚାରିବା ପରେ ୩୦୦ଟଙ୍କା ଦେବା ପରେ ଯାଇ ତୁମେ ଆଡ୍‍ମିଟ୍‌ କାର୍ଡ଼ ନେଇ ପାରିବ ବୋଲି ସେ କହିଥିଲେ । ଏହା ଶୁଣି ପରୀକ୍ଷା ନ ଦେଲେ ତାଙ୍କ ଭବିଷ୍ୟତ ଅନ୍ଧାର ହୋଇଯିବ ବୋଲି ଭାବି ତାଙ୍କର ହୃଦ୍‌ଘାତ ହୋଇଥିଲା ।

Religious Liberty

ପରିବାର ଲୋକେ ଡ଼ାକ୍ତରଖାନା ନେଇଥିଲେ ମଧ୍ୟ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରାଯାଇଥିଲା । ଏହି ଘଟଣା ପରେ ପରିବାର ଲୋକେ ନ୍ୟାୟ ପାଇଁ ଶବକୁ ରାସ୍ତା ଉପରେ ରଖି ରାସ୍ତା ଅବରୋଧ କରିଥିବା ଜଣାପଡ଼ିଛି । ନ୍ୟାୟ ପାଇଁ କଲେଜ ଏବଂ କଲେଜର ପ୍ରବନ୍ଧକଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ, ନଚେତ ରାସ୍ତା ଅବରୋଧ ଜାରି ରହିବ ବୋଲି ପରିବାର ତରଫରୁ କୁହାଯାଇଛି ।

ସମ୍ବନ୍ଧିତ ଖବର