ବସ୍‌ ଭିତରେ ଆପତ୍ତିଜନକ କାର୍ଯ୍ୟ କରୁଥିଲେ ଯୁବକ, ଭିଡିଓ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ କଲେ ଯୁବତୀ

ନୂଆଦିଲ୍ଲୀ: ଦିଲ୍ଳୀରେ ସର୍ବସାଧାରଣ ନିମନ୍ତେ ଉଦ୍ଦିଷ୍ଟ ଯାତାୟାତ ଯାନ ବସ୍‌ ଭିତରେ ଏକ ଆପତ୍ତିଜନକ ଘଟଣା ଘଟିଥିବା ଦିଲ୍ଳୀ ୟୁନିଭରସିଟି(ଡିୟୁ)ର ଜଣେ ଛାତ୍ରୀ ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି। ବସ୍‌ ମଧ୍ୟରେ ଜଣେ ମଧ୍ୟମ ବୟସ୍କ ବ୍ୟକ୍ତି ଆପତ୍ତିଜନକ କାର୍ଯ୍ୟ(ଆତ୍ମରତି) କରିବା ସହ ତାଙ୍କ ପାଖରେ ବସିଥିବା ଯୁବତୀଙ୍କ ଜଙ୍ଘରେ ହାତ ମାରୁଥିଲେ ବୋଲି ପୀଡ଼ିତା ଯୁବତୀ ଅଭିଯୋଗରେ ଦର୍ଶାଇଛନ୍ତି। ଯୁବତୀ ଜଣକ ବସନ୍ତ ବିହାର ଥାନାରେ ଅଭିଯୋଗ ଆଣିବା ସହ ଉକ୍ତ ଘୃଣ୍ୟ କାର୍ଯ୍ୟ ବେଳର ଏକ ଭିଡିଓକୁ ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଛନ୍ତି। ବସନ୍ତ ଗ୍ରାମରୁ ଆଇଆଇଟି ଗେଟ୍‌ ମଧ୍ୟରେ ବସ୍‌ଟି ଯାଉଥିବା ବେଳେ ଫେବ୍ରୁଆରି ୭ ତାରିଖରେ ଏହି ଘଟଣା ଘଟିଥିବା ସୂଚନା ରହିଛି।

ପୀଡ଼ିତା ଦେଇଥିବା ସୂଚନା ମୁତାବକ, ସେ ଦିଲ୍ଳୀର ଏକ ଗହଳିପୂର୍ଣ୍ଣ ବସ୍‌ରେ ଯାତ୍ରା କରୁଥିଲେ। ଅଭିଯୁକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ ପାଖ ସିଟ୍‌ରେ ବସିଥିଲେ। କିଛି ବାଟ ଯିବା ପରେ ସେ ଲାଜସରମ ଭୁଲି ସର୍ବସମ୍ମୁଖରେ ଆପତ୍ତିଜନକ କାର୍ଯ୍ୟ କରିବା ଆରମ୍ଭ କରି ଦେଲେ। ପ୍ରଥମେ ପୀଡ଼ିତା ଜଣକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ବି ଲୋକଙ୍କ ଭିତରେ ସଚେତନ ସୃଷ୍ଟି କରାଇବା ପାଇଁ ସେ ସାହସ କରି ସେ ସମୟରେ ଏକ ଭିଡିଓ ନିଜ ମୋବାଇଲ୍‌ରେ ସୁଟ୍‌ କଲେ। ପରବର୍ତ୍ତୀ ମୁହୂର୍ତ୍ତରେ ଯୁବତୀ ଜଣକ ଏହାକୁ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ସାର୍ବଜନୀନ ସ୍ଥାନର ଅଶ୍ଳୀଳ କାର୍ଯ୍ୟ କରୁଥିବା ଅଭିଯୋଗରେ ଏକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର