ରୁଷିଥିବା ପ୍ରେମିକା ନମାନିବାରୁ ରାସ୍ତା ମଝିରେ ଗୁଳି ମାରିଲେ ପ୍ରେମିକ

ବକାକ୍‌: ଥାଇଲାଣ୍ଡରେ ଜଣେ ଯୁବକ ରାସ୍ତା ଉପରେ ନିଜ ପ୍ରେମିକା ଉପରକୁ ଗୁଳି ଚଳାଇବା ଘଟଣା ସାମ୍ନାକୁ ଆସିଛି। ପ୍ରକୃତରେ ଯୁବକ ଜଣଙ୍କ ରାଗି ଥିବା ପ୍ରେମିକାକୁ ମନାଇବା ପାଇଁ ଯାଇଥିବା ବେଳେ ସେ ମାନି ନଥିଲେ ଯାହା ଫଳରେ ଯୁବକ ଜଣଙ୍କ ପ୍ରେମିକା ଉପରକୁ ଗୁଳି ଚଲାଇଥିଲେ । ଏହି ଘଟଣାଟି ସେଠାରେ ଥିବା ସିସିଟିଭି ଫୁଟେଜ୍‌ ଦୃଶ୍ୟରୁ ସମ୍ନାକୁ ଆସିଛି। ତେବେ ୨୪ ବର୍ଷିୟ ପୁକାପାଙ୍ଗ ଚିତାରୋମ୍‌ ଏବଂ ୨୧ ବର୍ଷୀୟା ନଚ୍‌ଚାରିୟା ଥାପ୍ରାଜିତ ଗତ ୫ ବର୍ଷ ହେବ ପ୍ରେମ ସଂପର୍କରେ ରହିଥିଲେ । ନିକଟରେ କୌଣସି କାରଣ ବଶତଃ ଦୁହିଁଙ୍କ ମଧ୍ୟରେ ବିଛେଦ ହୋଇଥିବା ଜଣାପଡ଼ିଛି।

ସିସିଟିଭି ଫୁଟେଜ୍‌ରେ ଦେଖିବାକୁ ମିଳିଛି, ସକାଳ ସମୟରେ ଯୁବତୀ ଜଣଙ୍କ ତାଙ୍କ ହଷ୍ଟେଲ ବାହାକୁ ଆସିଥିଲେ, ଯେଉଁଠାରେ ପୂର୍ବରୁ ତାଙ୍କ ପ୍ରେମିକ ଉପସ୍ଥିତ ରହିଥିଲେ । ଦୁହିଁଙ୍କ ମଧ୍ୟରେ କିଛି କଥାକୁ ନେଇ ପାଟିତୁଣ୍ଡ ହେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଯୁବକ ଜଣଙ୍କ ବାରମ୍ବାର ଅଟକାଇବା ପରେ ମଧ୍ୟ ଯୁବତୀ ଜଣଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ହଠାତ୍‌ ଯୁବକ ଜଣଙ୍କ ତାଙ୍କୁ ଗୁଳି କରିଥିଲେ। ଏହା ପରେ ଯୁବକ ଜଣଙ୍କ ନିଜକୁ ଗୁଳି କରି ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଠା କରିଥିଲେ କିନ୍ତୁ ସୌଭାଗ୍ୟକୁୁ ବଞ୍ଚିଯାଇଥିଲେ । ଏହି ସିସିଟିଭି ଫୁଟେଜ୍‌ଟି ସୋସିଆଲ୍‌ ମିଡ଼ିଆରେ ସେୟାର ହେବା ପରେ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର