‘୫୦ହଜାର ଟଙ୍କା ଦିଅ ଦୁଷ୍କର୍ମକାରୀକୁ ମୁକୁଳାଇ ନିଅ’ ବୋଲି କହି ଫସିଲେ ସବ୍‌-ଇନ୍ସପେକ୍ଟର, ଅଡିଓ ଟେପ୍‌ ଭାଇରାଲ

ରାୟବରେଲି: ଉତ୍ତରପ୍ରଦେଶରେ ଯୁବତୀଙ୍କୁ ଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ପୀଡ଼ିତାକୁ ଜିଅନ୍ତା ଜାଳି ଦେବାର ଘଟଣା ଥମି ନ ଥିଲା ବେଳେ ରାୟବରେଲିରୁ ଏମିତି ଏକ ଲଜ୍ଜାକର ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ବିଭିନ୍ନ ମହଲରେ ସମାଲୋଚନା ଜୋର ଧରିଛି। ଦୁଷ୍କର୍ମକାରୀକୁ ବଞ୍ଚାଇବା ପାଇଁ ଅଭୁଯୁକ୍ତର ପରିବାରଲୋକଙ୍କୁ ଜଣେ ସବ୍‌-ଇନ୍ସପେକ୍ଟର ୫୦ହଜାର ଟଙ୍କାର ଲାଞ୍ଚ ଦାବି କରିଥିଲେ। ଏ ନେଇ ମୁଲଚାଲ ପରେ ୨୫ହଜାର ଟଙ୍କାରେ ଦୁଷ୍କର୍ମକାରୀକୁ ଛାଡି ଦେବା ପାଇଁ  ସେ ରାଜି ହୋଇ ଯାଇଥିଲେ। ଉକ୍ତ ସବ୍‌-ଇନ୍ସପେକ୍ଟରଙ୍କର ଏକ ଅଡିଓ ଟେପ୍‌ ସମ୍ପ୍ରତି ଭାଇରାଲ ହୋଇଛି।

Image result for sub-inspector-demanded-fifty-thousand-rupees-as-bribe
Sentinel Assam

ଏଭଳି ଏକ ଘଟଣା ରାୟବରେଲିର ଗୁରବଖସଗଞ୍ଜ ଥାନାରେ ଘଟିଛି। ଏଠାରେ ସବ୍‌-ଇନ୍ସପେକ୍ଟର ଭାବେ ନିୟୋଜିତ ଥିବା କାମତା ପ୍ରସାଦ ଦୁଷ୍କର୍ମ ଘଟଣାରେ ସମ୍ପୃକ୍ତ ଥିବା ଜଣେ ଅଭିଯୁକ୍ତକୁ ବଞ୍ଚାଇବା ପାଇଁ ତାର ପରିବାରଲୋକଙ୍କୁ ୫୦ହଜାର ଟଙ୍କା ଦାବି କରିଥିଲେ। ଦୁଷ୍କର୍ମକାରୀ ପରିବାରଲୋକଙ୍କ ଆର୍ଥିକସ୍ଥିତ ଠିକ୍‌ ନଥିବାରୁ ସେମାନେ ଏତେ ଟଙ୍କା ଦେଇ ପାରିବେ ନାହିଁ ବୋଲି ମନା କରିଥିଲେ। ଏହାପରେ ସବ୍‌-ଇନ୍ସପେକ୍ଟର ୨୫ହଜାର ଟଙ୍କା ନେଇ ଦୁଷ୍କର୍ମକାରୀକୁ ଛାଡି ଦେବା ପାଇଁ ରାଜି ହୋଇଯାଇଥିଲେ।

ଦୁଷ୍କର୍ମକାରୀର ପରିବାର ସହିତ ସବ୍‌-ଇନ୍ସପେକ୍ଟର କାମତା ପ୍ରସାଦଙ୍କ ଏହି ମୁଲଚାଲ ସମୟର ବାର୍ତ୍ତାଳାପ ରେକର୍ଡ ହୋଇଯାଇଥିଲା, ଯାହାକି ଏବେ ଭାଇରାଲ ହୋଇଛି। ଏହି ଅଡିଓ ଟେପ୍‌ ଭାଇରାଲ ହେବା ପରେ ସବ୍‌-ଇନ୍ସପେକ୍ଟର କାମତା ପ୍ରସାଦଙ୍କ ଅସଲ ଚେହେରା ଉପରୁ ପରଦା ଉଠିଯାଇଛି। ଏହାକୁ ନେଇ ପୁଲିସ ବିଭାଗରେ ଚଡ଼କ ପଡ଼ିଛି। ପୁଲିସ ଏସପି ନିତ୍ୟାନନ୍ଦ ରାଏ ଏହି ମାମଲାର ଯାଞ୍ଚ ଆଦେଶ ଜଣେ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଦେଇଛନ୍ତି।

ସମ୍ବନ୍ଧିତ ଖବର