ମହିଳାଙ୍କୁ ଦୁର୍ବବ୍ୟହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଅଭିଯୋଗରେ ସିସୋର ଚିଟଫଣ୍ଡ ଠକେଇ ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଗିରଫ

ଭୁବନେଶ୍ୱର: ସିସୋର ଚିଟଫଣ୍ଡ ଠକେଇ ମାମଲାର ଅଭିଯୁକ୍ତ ଶୁଭଙ୍କର ନାୟକ ପୁଣି ଥରେ ଗିରଫ ହୋଇଛନ୍ତି । ଜନୈକା ମହିଳାଙ୍କୁ ଦୁର୍ବ୍ୟବହାର ଓ ତାଙ୍କ ପୁଅଙ୍କୁ ଆକ୍ରମଣ ଘଟଣାରେ ଶୁଭଙ୍କରଙ୍କୁ ଗିରଫ କରିଛି ଭୁବନେଶ୍ୱର ଖାରବେଳନଗର ଥାନା ପୋଲିସ ।

ଖବର ଅନୁସାରେ, ରବିବାର ରାତିରେ ଶୁଭଙ୍କର ଜଣେ ମହିଳାଙ୍କ ଘରେ ପଶି ତାଙ୍କୁ ଦୁର୍ବ୍ୟବହାର କରିବା ସହ ତାଙ୍କ ପୁଅକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ସଂପୃକ୍ତ ମହିଳା ଓ ତାଙ୍କ ପୁଅ ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ଏତଲା ପଶଇବା ପରେ ଶୁଭଙ୍କର ଗିରଫ ହୋଇଛନ୍ତି । ସିସୋର ଚିଟଫଣ୍ଡ ମାମଲାରେ ୨୦୧୪ ମସିହାରେ ଗିରଫ ହୋଇଥିଲେ ଶୁଭଙ୍କର ନାୟକ ଓ ଗତବର୍ଷ ଅଗଷ୍ଟ ପହିଲାରେ ଶୁଭଙ୍କରଙ୍କୁ ହାଇକୋର୍ଟ ଜାମିନ ଦେଇଛନ୍ତି।

ସମ୍ବନ୍ଧିତ ଖବର