ପତ୍ନୀ ହତ୍ୟା ଅଭିଯୋଗରେ ରିଏଲିଟି ଷ୍ଟାର ସୁହେବ୍‌ ଇଲିଆସି ଦୋଷୀ ସାବ୍ୟସ୍ତ

୧୭ ବର୍ଷ ପରେ ଦିଲ୍ଲୀର ଏକ ନିମ୍ନ ଅଦାଲରେ ବିଚାର, ରାୟ ସ୍ଥଗିତ

ନୂଆଦିଲ୍ଲୀ: ଟିଭି ଉପସ୍ଥାପନା ପାଇଁ ଏକଦା ସୁନାମ ଅର୍ଜନ ଆଣିଥିବା ତଥା ଅପରାଧ ସୋ’ ‘ଇଣ୍ଡିଆ ମୋଷ୍ଟ ଓ୍ଵାଣ୍ଟେଡ’ର ପ୍ରଯୋଜକ ସୁହେବ୍‌ ଇଲିଆସିଙ୍କୁ ପତ୍ନୀଙ୍କ ରହସ୍ୟଜନକ ହତ୍ୟା ଅଭିଯୋଗରେ ଦିଲ୍ଲୀର ଏକ ଅଦାଲତ ଦୋଷୀ ସାବ୍ୟସ୍ତ କରିଛି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଇଲିଆସି କରକରଦୋମା ଅଦାଲତରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ବର୍ଷ ୨୦୦୦ରେ ପତ୍ନୀ ଅଞ୍ଜୁ ଇଲିଆସି ମୃତ୍ୟୁ ଘଟଣାରେ ସୁହେବ୍‌ ସଂପୃକ୍ତ ବୋଲି କୋର୍ଟ କହିଥିବା ବେଳେ ରାୟକୁ ସ୍ଥଗିତ ରଖିଛନ୍ତି। ଆଗାମୀ ଡିସେମ୍ବର ୨୦ରେ ଦଣ୍ଡ ଶୁଣାଣି ହେବ। ପତ୍ନୀଙ୍କ ମୃତ୍ୟୁ ପରେ ସୁହେବ୍‌  ବିଗତ ୧୭ ବର୍ଷ ହେବ ବିଚାରାଧିନ ବନ୍ଦୀ ଭାବରେ ଦିନ କାଟୁଛନ୍ତି।

ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଆଦେଶ ଦେଇଥିଲେ ଯେ, ସୁହେବ୍‌ ପତ୍ନୀଙ୍କ ମୃତ୍ୟୁ ଘଟଣା ସହିତ ଜଡ଼ିତ। ଲିଆସି ଓ ତା’ର ଶାଶୁ ରୁକମା ସିଂହଙ୍କ ତରଫରୁ ରୁଜୁ ହୋଇଥିବା ମାମଲା ଉପରେ ନିଷ୍ପତ୍ତି ନେଇ ଜଜ ଇନ୍ଦ୍ରମିତ୍‌ କୌର କହିଛନ୍ତି, ଭାରତୀୟ ଦଣ୍ଡ ସଂହିତା ଧାରା ୩୦୨ ଅନ୍ତର୍ଗତ ସୁହେବ୍‌ ଲିଆସିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି।

ଶାଶୁ ରୁକୁମା ସିଂହ ନିଜ ଝିଅ ଅଞ୍ଜୁର ମୃତ୍ୟୁ ପାଇଁ ସୁହେବ୍‌ ଇଲିଆସି ଦାୟୀ ବୋଲି ୨୦୦୦ ଜାନୁଆରୀ ୧୧ରେ ଅଭିଯୋଗ ଆଣିଥିଲେ। ତାଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଉ ବୋଲି ସେ ଅଭିଯୋଗ କରିଥିଲେ। ଭାରତୀୟ ଦଣ୍ଡ ସଂହିତା ଧାରା ୩୦୪ବି (ଯୌତୁକ ନିର୍ଯ୍ୟାତନା)ରେ ମାମଲା ରୁଜୁ କରାଯାଇଥିଲା। ଅନ୍ୟପକ୍ଷରେ ସୁହେବ୍‌ ଇଲିଆସି  ଅଭିଯୋଗ ଆଣିଥିଲେ ଯେ, ମେଡ଼ିକାଲ ରିପୋର୍ଟ ଭୁଲ ଦର୍ଶାଯାଇଛି। ଯୌତୁକ ନିର୍ଯ୍ୟାତନାକୁ ସେ ଅସ୍ୱୀକାର କରିଥିବା ବେଳେ ପତ୍ନୀଙ୍କ ସ୍ୱଭାବିକ ମୃତ୍ୟୁ ହୋଇଛି ବୋଲି ସେ କହିଥିଲେ।

ଆଘାତ ପାଇବା ପରେ ଅଞ୍ଜୁ ସୁହେବ୍‌ ଇଲିଆସିଙ୍କ ପୂର୍ବ ଦିଲ୍ଲୀସ୍ଥିତ ଘରୁ ନିକଟସ୍ଥ ହସ୍ପିଟାଲକୁ ଦୌଡିଥିଲେ। ଟିଭି କ୍ରାଇମ ସୋ’ରୁ ଫେରିବା ପରେ ସେ ଅଞ୍ଜୁକୁ ଅତି ନିକଟରୁ ଗୁଳି କରିଥିଲେ। ଏହି ଘଟଣାରେ ସେ ୨୦୦୦ ଜାନୁଆରୀ ୧୧ରେ ଗିରଫ ହୋଇଥିଲେ। ପରେ ଅଞ୍ଜୁଙ୍କ ମା’ ଓ ଭଉଣୀ ଥାନାରେ ହତ୍ୟାକାଣ୍ଡ ନେଇ ଥାନାରେ ଅଭିଯୋଗ ଆଣିଥିଲେ।

ସମ୍ବନ୍ଧିତ ଖବର