ସୁରତ୍‌ ଦୁଷ୍କର୍ମ ମାମଲା : ବିଜେପି ନେତାଙ୍କ ହାତ ଥିବା ଆଶଙ୍କା !

ସୁରତ୍‌ : ସପ୍ତାହେ ପୂର୍ବରୁ ସୁରତ୍‌ରେ ଜଣେ ୧୧ ବର୍ଷୀୟ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରିଥିଲା ସୁରତ୍‌ ପୁଲିସ । ପୀଡ଼ିତାଙ୍କ ସହ ପ୍ରଥମେ ଦୁଷ୍କର୍ମ କରାଯାଇ ତା’ପରେ ତାଙ୍କୁ ମାରି ଦିଆଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୀଡ଼ିତାଙ୍କୁ ଏ ପର୍ଯ୍ୟନ୍ତ ଚିହ୍ନଟ କରିବାରେ ସଫଳ ହୋଇ ନାହିଁ ପୁଲିସ ।
ପୀଡ଼ିତାଙ୍କ ଶରୀରରେ ୮୬ଟି କ୍ଷତ ଥିବା ବେଳେ କିଏ ଏବଂ କ’ଣ ପାଇଁ ଏପରି କରିଛି ସେ ବିଷୟରେ ପୁଲିସ ତଦନ୍ତ ଆରମ୍ଭ କରିଛି । ଏହି ଘଟଣାକୁ ନେଇ ଅନେକ କଥା ସାମ୍ନାକୁ ଆସୁଥିବା ବେଳେ ଏହା ପଛରେ ସ୍ଥାନୀୟ ବିଜେପି ନେତା ହରିଶ ଠାକୁରଙ୍କ ହାତ ଥିବା ନେଇ ଚର୍ଚ୍ଚା ଶୁଣିବାକୁ ମିଳିଛି ।

aajtak.intoday.in

କେହି ଜଣେ ଟ୍ଵିଟ୍‌ କରି ହରିଶ ଠାକୁରଙ୍କୁ ଅଭିଯୁକ୍ତ ବୋଲି ଲେଖିଥିବା ବେଳେ କେହି ଜଣେ ବିଜେପି ଛାତ୍ର ନେତାଙ୍କୁ ଅଭିଯୁକ୍ତ ବୋଲି କହି ଟ୍ଵିଟ୍‌ କରିଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରେ ଏହି ଟ୍ଵିଟ୍‌ ଉପରେ ଗୁଜୁରାଟର ଗୃହମନ୍ତ୍ରୀ ପ୍ରଦୀପ୍‌ ସିହ୍ନା ଜଡ଼େଜା ନିଜର ମତ ରଖିଛନ୍ତି ।

ତାଙ୍କ କହିବା ଅନୁଯାୟୀ, ଏ ଘଟଣା ପଛରେ ପ୍ରକୃତରେ କାହାର ହାତ ରହିଛି ତାହା ସ୍ପଷ୍ଟ ହୋଇ ପାରିନାହିଁ । କିନ୍ତୁ ପୀଡ଼ିତାଙ୍କୁ ଯେମିତି ନ୍ୟାୟ ମିଳିବ ସେ ନେଇ ଆମେ ଚେଷ୍ଟା ଆରମ୍ଭ କରିଛୁ । ପୀଡ଼ିତାଙ୍କୁ ଚିହ୍ନଟ କରିବା ପାଇଁ ସବୁ ଜନଗହଳି ସ୍ଥାନରେ ଆମେ ତାଙ୍କର ଫଟୋ ଲାଗାଇଛୁ । ଖୁବ୍‌ ଶୀଘ୍ର ଆମେ ଦୋଷୀକୁ ଗିରଫ କରିବାରେ ସଫଳ ହେବୁ । ପୀଡ଼ିତା ଜଣଙ୍କ ଓଡ଼ିଶାର ବୋଲି ସୂଚନା ମିଳିଥିବାରୁ ଆମେ ସ୍ପଷ୍ଟ କରିବା ପାଇଁ ଓଡ଼ିଶାର ଡ଼ିଜିପିଙ୍କ ସହ ସମ୍ପର୍କ କରିଛୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର