ତୃତୀୟ ମହଲାରୁ ଖସି ପଡ଼ି ବିବାହିତ ଯୁବତୀଙ୍କର ମୃତ୍ୟୁ , ହତ୍ୟା ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: ଦିଲ୍ଲୀର ତ୍ରିଲୋକପୁରୀ ଅଞ୍ଚଳର ୨୬ ବ୍ଲକ୍‌ରେ ତୃତୀୟ ମହଲାରୁ ଖସି ପଡ଼ି ଜଣେ ଯୁବତୀଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ଯୁବତୀଙ୍କ ପିତା ଏହା ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜ୍ଜୁ କରିଛି।

ତ୍ରିଲୋକପୁରୀ ଅଞ୍ଚଳରେ ରହୁଥିବା ମୃତ ବିବାହିତା ଯୁବତୀଙ୍କ ପିତା ଚିରଂଜୀ ଲାଲ୍‌ (୬୨) କାର୍ଯ୍ୟନିବାହୀ ମାଜିଷ୍ଟ୍ରେଟ୍‌ ସିପି ପାଣ୍ଡେଙ୍କ ନିକଟରେ ଦେଇଥିବା ବୟାନ ଅନୁଯାୟୀ ତାଙ୍କ ଝିଅ ନୀଶୁର ବାହାଘର ପ୍ରାୟ ଏକ ବର୍ଷ ସାତ ମାସ ପୂର୍ବେ ହୋଇଥିଲା। ତାର ୧୧ ମାସର ପୁଅ ମଧ୍ୟ ଅଛି। ସେ ଅଭିଯୋଗ ଆଣିଛନ୍ତି ଯେ ନୀଶୁଙ୍କୁ ତାଙ୍କ ସ୍ୱାମୀ,ନଣନ୍ଦ ଓ ଶାଶୁ ଠେଲି ମାରି ଦେଇଛନ୍ତି।

ଚିରଂଜୀ ଲାଲଙ୍କ ଅନୁଯାୟୀ ବାହାଘରର ୨୦-୨୫ ଦିନ ପରେ ନୀଶୁ ଓ ତାର ସ୍ୱାମୀଙ୍କ ଭିତରେ ଝଗଡ଼ା ହେଲା। ତା’ପରଠାରୁ ସ୍ୱାମୀ,ଶାଶୁ ଓ ନଣନ୍ଦ ତା’ଉପରେ ଅତ୍ୟାଚାର କରୁଥିଲେ। ତେବେ ଏହାକୁ ଯୌତୁକ ଜନିତ ହତ୍ୟାକାଣ୍ଡ ନୁହେଁ ବୋଲି ମୃତ ଯୁବତୀଙ୍କ ବାପା ଚିରଂଜୀ ଲାଲ କହିଛନ୍ତି। ପୁଲିସ ମାମଲା ସଂପର୍କରେ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର