ଦୁର୍ଘଟଣା ଘଟିବା ପରେ ବାଇକ୍‌ ଚାଳକଙ୍କୁ ୧୭କିମି ପର୍ଯ୍ୟନ୍ତ ଘୋଷାଡି ନେଲା କାର୍‌

ନୂଆଦିଲ୍ଲୀ: ଦିଲ୍ଲୀର ଗ୍ରେଟର ନୋଏଡାରେ ନଭେମ୍ବର ୩ ତାରିଖରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଏହି ଦୁର୍ଘଟଣା ଦ୍ରୁତଗତିରେ ଆସୁଥିବା ଏକ କାର୍‌ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ଆଶ୍ଚର୍ଯ୍ୟରେ କଥା ଦୁର୍ଘଟଣା ପରେ ବାଇକ୍‌ ଚାଳକ କାର୍‌ ଭିତରେ ଫସି ଯାଇଥିଲେ। ବାଇକ୍‌ ଚାଳକ ଫସିଥିବା ଅବସ୍ଥାରେ କାରଟିକୁ ଚାଳକ ୧୭କିଲୋମିଟର ପର୍ଯ୍ୟନ୍ତ ଚଳାଇ ନେଇଥିଲେ। ବାଇକ୍‌ ଚାଳକଙ୍କ ମୃତଦେହ ଦୁର୍ଘଟଣା ଘଟିବାର ପରଦିନ ପୁଲିସ ଜବତ କରିଥିଲା। କୋଟ ଟୋଲ ପ୍ଲାଜାରେ ଲାଗିଥିବା ଏକ ସିସିଟିଭି ଫୁଟେଜରେ ଏହି ଦୁର୍ଘଟଣାର ଦୃଶ୍ୟ କୈଦ୍‌ ହୋଇଥିଲା। ଏହି ଫୁଟେଜକୁ ମୃତକଙ୍କ ପରିବାର ଲୋକ ଏକ ମାସ ପରେ ଦେଖିଥିଲେ। ଏହି ଦୃଶ୍ୟ ଦେଖିବା ପରେ କାର ଚାଳକଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି।

ପୀଡ଼ିତ ସୁଖପାଲ ସିଂହ ସୁରଜପୁର ଅଞ୍ଚଳରେ ସକିପ୍‌ ଗ୍ରାମର ନିବାସୀ। ରାମପୁର ମାର୍କେଟରେ ତାଙ୍କର ଏକ ଜୋତା ଦୋକାନ ମଧ୍ୟ ରହିଛି। ସୁଖପାଲଙ୍କ ଭାଇ ନରେନ୍ଦ୍ର କୁମାରଙ୍କ କହିବାନୁସାରେ, ନଭେମ୍ବର ୩ ତାରିଖ ରାତିର କଥା। ଭାଇ ସୁଖପାଲ ଗଙ୍ଗାସ୍ନାନ ପାଇଁ ଯାଇଥିଲେ। ସେଠାରୁ ଫେରିବାରେ ବିଳମ୍ବ ହେବାରୁ ଆମେ ତାଙ୍କୁ ଫୋନ୍‌ ଯୋଗରେ ସଂଯୋଗ କରିବା ପାଇଁ ଚେଷ୍ଟା କରିଥିଲୁ। କିନ୍ତୁ ତାଙ୍କ ଫୋନ୍‌ ସୁଇଚ୍ ଅଫ୍‌ କହିଥିଲା। ନଭେମ୍ବର ୪ ତାରିଖ ଦିନ ସକାଳ ହେବା ମାତ୍ରେ ଆମେ ଭାଇଙ୍କୁ ଖୋଜାଖୋଜି ଆରମ୍ଭ କରି ଦେଇଥିଲୁ। ଭାଇଙ୍କ ବାଇକ୍‌କୁ ଖଣ୍ଡବିଖଣ୍ଡିତ ଅବସ୍ଥାରେ ବଦଲାପୁରର ଧୁମ୍‌ ମନିକପୁର ଗ୍ରାମରେ ପଡ଼ିଥିବାର ଦେଖିବାକୁ ପାଇଥିଲୁ। ତାଙ୍କ ଗାଡ଼ିଙ୍କ ଅବସ୍ଥା ଦେଖି ଭାଇଙ୍କ ଦୁର୍ଘଟଣା ହୋଇଛି ବୋଲି ଅନୁମାନ କରିଥିଲୁ। ଘଟଣାସ୍ଥଳରେ ରକ୍ତ ବି ପଡ଼ିଥିଲା । ଏହାପରେ ଆମେ ନୋଏଡାର ବିଭିନ୍ନ ହସ୍‌ପିଟାଲକୁ ଯାଇ ଭାଇଙ୍କୁ ଖୋଜାଖୋଜି କରିଥିଲୁ। କିନ୍ତୁ ତାଙ୍କ କୌଣସି ସୂଚନା ମଳି ନ ଥିଲା। ସିକନ୍ଦାରବାଦ ପୁଲିସ ଆମକୁ ଏକ ମୃତଦେହ ପାଇଛନ୍ତି ବୋଲି ସୂଚନା ଦେଇଥିଲେ। ଆମେ ଯାଇ ଦେଖିଲା ବେଳକୁ ତାହା ଭାଇଙ୍କ ମୃତଦେହ ଥିଲା ବୋଲି ଜାଣିବାକୁ ପାଇଲୁ। ତାଙ୍କ ଶରୀର ସାରା କ୍ଷତାକ୍ତ ଚିହ୍ନ ଥିଲା।

ସିସିଟିଭି ଫୁଟେଜରେ କୈଦ୍‌ ହୋଇଥିବା ଦୁର୍ଘଟଣାର ଦୃଶ୍ୟରେ ଦେଖିବାକୁ ମିଳିଛି ଯେ, ଗ୍ରେଟର ନୋଏଡାରେ ଏକ ଏସ୍‌ୟୁଭି କାର ଦ୍ରୁତ ଗତିରେ ଆସି ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଉଛି। ଫଳରେ ବାଇକ୍‌ଟି ଦୂରକୁ ଛିଟିକି ପଡିଥିବା ବେଳେ ବାଇକ୍‌ ଚାଳକ କାର ତଳେ ଫସି ଯାଉଛନ୍ତି । କାର ଚାଳକ ସେହି ସମୟରେ କାର୍‌ ଚାଳକ କାରକୁ ଅଟାକାଇ ବାଇକ୍‌ ଚାଳକ କାର ତଳେ ଫସିଥିବା ଅବସ୍ଥାରେ ସେ କାରକୁ ନେଇ ଚାଲି ଯାଉଛନ୍ତି। ପାଖାପାଖି ବାଇକ୍‌ ଚାଳକଙ୍କୁ ୧୭କିମି ପର୍ଯ୍ୟନ୍ତ ଗାଡିରେ ଘୋଷାଡିବା ପରେ ସେଠାରେ ଫିଙ୍ଗି ଦେଇ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି

ସମ୍ବନ୍ଧିତ ଖବର