ଆରୁଷୀ ହତ୍ୟା ମାମଲା: ୪ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ତଲଓ୍ଵାର ଦମ୍ପତି

ନୂଆଦିଲ୍ଲୀ: ୨୦୦୮ ମସିହାରେ ଘଟିଥିବା ଆରୁଷୀ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ  ୨୦୧୩ ମସିହାରୁ ଜେଲ୍‌ ଦଣ୍ଡ ଭୋଗୁଥିବା ରଜେଶ ତଲଓ୍ଵାର ଏବଂ ନୁପୂର ତଲଓ୍ଵାର ସୋମବାର ସଂଧ୍ୟା ୫ଟାରେ  ଜେଲ୍‌ରୁ ମୁକୁଳିଛନ୍ତି। ଉପଯୁକ୍ତ ପ୍ରମାଣ ଅଭାବରୁ ଆଲ୍ଲାହାବାଦ୍‌ କୋର୍ଟ ଅକ୍ଟୋବର ୧୨ ତାରିଖରେ ତଲଓ୍ଵାର ଦମ୍ପତିଙ୍କୁ  ଦୋଷମୁକ୍ତ  କରିବା ନେଇ ଘୋଷଣା କରିଥିଲେ। ଏ ନେଇ ଗଜିଆବାଦ୍‌ର ସିବିଆଇ କୋର୍ଟ ୧୬ ତାରିଖ ଦିନ ଲଓ୍ଵାର ଦମ୍ପତି ରିଲଜ୍‌ ଅର୍ଡର ଜାରି କରିଥିଲେ ବୋଲି  ଓକିଲ ମନୋଜ ସିସୋଦିଆ ସୂଚନା ଦେଇଛନ୍ତି।

ପୂର୍ବରୁ ୨୦୧୩ ମସିହାରେ ତଲଓ୍ଵାର ଦମ୍ପତିଙ୍କୁ ସିବିଆଇ କୋର୍ଟ ଆଜୀବନ କାରାଦଣ୍ଡ ଶୁଣାଣି କରିଥିଲେ। ମାତ୍ର ଏହାର ପୁର୍ନବିଚାର କରିବା ପାଇଁ ଦମ୍ପତି ଆଲ୍ଲାହାବାଦ୍‌ କୋର୍ଟରେ  ଅାବେଦନ କରିଥିଲେ। ଶେଷରେ ଆରୁଷୀ ହତ୍ୟା ମାମଲାର ତଦନ୍ତ କରୁଥିବା ସବିଆଇ ପ୍ରମାଣ ଦେବାରେ ଅସମର୍ଥ ହେବରୁ ୪ ବର୍ଷ ଧରି ତଲଓ୍ଵାର ଦମ୍ପତି  ଗାଜିଅଆବାଦର ଦଶନା ଜେଲ୍‌ରେ ରହିବା ପରେ ସୋମବାର ତାଙ୍କୁ ଖଲାସ କରାଯାଇଛି।

 

ସମ୍ବନ୍ଧିତ ଖବର