ଏଭଳି ଦାବି କରିବାରୁ ସ୍ୱାମୀ ଆଗରେ ପୂର୍ବ ପ୍ରେମିକକୁ ହତ୍ୟା କଲେ ତାମିଲ ଅଭିନେତ୍ରୀ

ଚେନ୍ନାଇ: ଜନୈକା ତାମିଲ ଅଭିନେତ୍ରୀ ନିଜର ପୂର୍ବ ପ୍ରେମିକକୁ ହତ୍ୟା କରିବା ଘଟଣାକୁ ନେଇ ଏବେ ଆଲୋଡ଼ନ ସୃଷ୍ଟି ହୋଇଛି। ସ୍ବାମୀ ଆଗରେ ଅଭିନେତ୍ରୀ ଜଣଙ୍କ ନିଜ ପୂର୍ବ ପ୍ରେମିକକୁ ହତ୍ୟା କରିଛନ୍ତି। ମୃତ ପ୍ରେମିକ ଅଭିନେତ୍ରୀଙ୍କ ସହ ପୁଣି ଥରେ ପ୍ରେମ ସଂପର୍କରେ ରହିବାକୁ ଚାହୁଥିବାରୁ ଅଭିଯୁକ୍ତ ଅଭିନେତ୍ରୀ ତାଙ୍କ ମୁଣ୍ଡକୁ ଲୁହା ରଡ଼ ମାରି ତାଙ୍କୁ ହତ୍ୟା କରିଥିବା ଜଣା ପଡ଼ିଛି। ଘଟଣାଟି ସୋମବାର କୋଲାଥୁରରେ ଘଟିଛି। ଅଭିନେତ୍ରୀଙ୍କ ନାଁ ଏସ୍.ଦେବୀ ବୋଲି ଜଣା ପଡ଼ିଥିବା ବେଳେ ସେ ନିଜ ଭଉଣୀଙ୍କ ଘରେ ଏଭଳି ଅପରାଧ କରିଛନ୍ତି।

ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ମୁତାବକ, ୮ବର୍ଷ ପୂର୍ବେ ମଦୁରାଇରେ ରହୁଥିବା ମୃତ ରବିଙ୍କ ସହ ଅଭିନେତ୍ରୀ ଏସ୍.ଦେବୀଙ୍କ ଦେଖା ହୋଇଥିଲା। ଏହା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା। ଏସ୍.ଦେବୀ ବିଭିନ୍ନ ତାମିଲ ଧାରାବାହିକରେ କାମ କରୁଥିବା ବେଳେ ରବିଙ୍କ ସହ ତାଙ୍କ ପ୍ରେମ ସଂପର୍କ ଦିନକୁ ଦିନ ବଢ଼ିଥିଲା। ହେଲେ ଦୁଇ ବର୍ଷ ତଳେ ଏସ୍.ଦେବୀଙ୍କ ସ୍ବାମୀ ଶଙ୍କର ରବିଙ୍କ ବିଷୟରେ ଜାଣିବାକୁ ପାଇଥିଲେ। ଯାହା ପରେ ଶଙ୍କର ଏସ୍.ଦେବୀଙ୍କୁ ପ୍ରେମ ସଂପର୍କ ଭାଙ୍ଗିବାକୁ କହିଥିଲେ। ସ୍ବାମୀଙ୍କ କଥା ମାନି ଏସ୍.ଦେବୀ ରବିଙ୍କ ସହ ସବୁ ସଂପର୍କ ଛିନ୍ନ କରିଥିଲେ।

पूर्व प्रेमी कर रहा था परेशान
oneindia.com

କିନ୍ତୁ ରବିବାର ରାତି ୧ଟା ୩୦ମିନିଟରେ ରବି ଏସ୍.ଦେବୀଙ୍କ ଭଉଣୀଙ୍କ ଘରେ ପହଞ୍ଚି ପୁଣି ଥରେ ତାଙ୍କ ସହ ପ୍ରେମ ସଂପର୍କ ରଖିବାକୁ ଏସ୍.ଦେବୀଙ୍କୁ ବାଧ୍ୟ କରିଥିଲେ। ଏ ନେଇ କିଛି ସମୟ ବଚସା ହେବା ପରେ ଏସ୍.ଦେବୀ ରାଗରେ ରବିଙ୍କ ମୁଣ୍ଡକୁ ଲୁହା ରଡ଼ରେ ବାଡ଼େଇ ଦେଇଥିଲେ। ପରେ ରବି ଅଚେତ ହୋଇଯିବାରୁ ଏସ୍.ଦେବୀ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ରବିଙ୍କୁ ଡାକ୍ତରଖାନାରେ ପହଞ୍ଚାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାକୁ କେନ୍ଦ୍ର କରି ଏବେ ପୁଲିସ ଏସ୍.ଦେବୀ, ତାଙ୍କ ଭଉଣୀ ଓ ଏସ୍.ଦେବୀଙ୍କ ସ୍ବାମୀ ଶଙ୍କରଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର