ଦେହ ବ୍ୟବସାୟ ଚଳାଉଥିବା ଅଭିଯୋଗରେ ଏହି ଅଭିନେତ୍ରୀ ଗିରଫ

ଲୋକପ୍ରିୟ ତାମିଲ୍‌ ଅଭିନେତ୍ରୀ ସଂଗୀତା ବାଲାନଙ୍କୁ ବେଶ୍ୟାଳୟ ଚଳାଉଥିବା ଅଭିଯୋଗରେ ପୁଲିସ୍‌ ଗିରଫ କରିଛି। ସନ୍‌ ଟିଭିରେ ଦେଉଥିବା ‘ବାନି ରାନି’ରେ ରାଧିକା ଶରତକୁମାରଙ୍କ ସହିତ ଦର୍ଶକ ତାଙ୍କୁ ଦେଖିବାକୁ ପାଇଥିଲେ। ଚେନ୍ନାଇର ପାନାୟୁର୍‌ଠାରେ ଏକ ପ୍ରାଇଭେଟ ରୋସାର୍ଟରେ ସେ ଏହି ବ୍ୟାପାର ଚଳାଉଥିଲେ ବୋଲି ଜାଣିବାକୁ ମିଳିିଛି। ଚେନ୍ନାଇର ଇଷ୍ଟ୍‍ କୋଷ୍ଟ୍‍ ରୋଡରେ ଥିବା ରେସୋର୍ଟରେ ପୁଲିସ୍‌ ଚଢ଼ଉ କରିଥିଲା। ଭିନ୍ନ ଭିନ୍ନ ରାଜ୍ୟର କିଛି ମହିଳା ବିଶେଷ କରି ଉତ୍ତର ଭାରତୀୟ ମହିଳାଙ୍କୁ ଉଦ୍ଧାର କରାଯାଇଛି।

ସଂଗୀତାଙ୍କୁ ଏହି ମାମଲାରେ ସହଯୋଗ କରୁଥିବା ଅଭିଯୋଗରେ ତାଙ୍କର ଜଣେ ସହଯୋଗୀ ସୁରେଶଙ୍କୁ ମଧ୍ୟ ପୁଲିସ୍‌ ଗିରଫ କରିଛି।

ସଂଗୀତା ବାଲାନ୍‌ ୧୯୯୬ ମସିହାରେ ତାମିଲ୍‌ ଚଳଚ୍ଚିତ୍ର ‘କରୁପୁ ରୋଜା’ରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ। ତାହା ପରେ ପରେ ସେ ଅନେକ ଗୁଡ଼ିଏ ଚଳଚ୍ଚିତ୍ରରେ ଅବତୀର୍ଣ୍ଣ ହୋଇଛନ୍ତି।

ସେ ଅଭିନୟ କରିଥିବା ‘ବାନି ରାନି’ ହେଉଛି ଏକ ପାରିବାରିକ ଧାରାବାହିବ। ଦୁଇ ଯାଆଁଳା ଭଉଣୀଙ୍କ କାହାଣୀ ଉପରେ ଧାରାବାହିକଟି ଆଧାରିତ। ଏଥିରେ ସଂଗୀତା ସୁନ୍ଦରୀ କାଲିଆପନ ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର