ପୁଲିସ ଅଭିଯୋଗ ନ ରଖିବାରୁ ଫେସ୍‌ବୁକ୍‌ ଲାଇଭ୍‌ କରି ସାମ୍ବାଦିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇଲେ ଏହି ଅଭିନେତ୍ରୀ

ଚେନ୍ନାଇ : ତାମିଲନାଡ଼ୁର ଜଣେ ଲୋକପ୍ରିୟ ଅଭିନେତ୍ରୀ ଫେସ୍‌ବୁକ୍‌ ଲାଇଭ୍‌ କରି ବରିଷ୍ଠ ସାମ୍ବାଦିକଙ୍କ ଉପରେ ଯୌନ ଶୋଷଣର ଆରୋପ ଲଗାଇବା ଘଟଣା ଏବେ ଆଲୋଚନାର ପରିସରକୁ ଆସିଛି । ଫେସ୍‌ବୁକ୍‌ ଲାଇଭ୍‌ କରି ସ୍ୱାମୀଙ୍କ ମୃତ୍ୟୁ ପରେ ଜଣେ ବରିଷ୍ଠ ସାମ୍ବାଦିକ କିଛି ବର୍ଷ ହେବ ତାଙ୍କୁ ଯୌନ ଶୋଷଣ କରି ଆସୁଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତା । ଅଭିଯୋଗ ଆଣିବା ସହ ସମ୍ବାଦିକଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପୀଡ଼ିତା କହୁଥିବା ଦେଖାଯାଇଛି ।

m.dailyhunt.in

ସୂଚନା ମୁତାବକ, ସାମ୍ବାଦିକ ପ୍ରକାଶ ଏମ୍‌ ସ୍ୱାମୀ ନିଜ ପୁଅର ପାସପୋର୍ଟ କଥା ବୁଝିବା ପାଇଁ ପୀଡ଼ିତାଙ୍କୁ ନିଜ ଘରକୁ ଡ଼କାଇଥିଲେ । ପୀଡ଼ିତା ସେଠାରେ ପହଞ୍ଚିବା ପରେ ପ୍ରକାଶ ତାଙ୍କ ସହ ଅସଦାଚରଣ କରିବା ଆରମ୍ଭ କରିଥିଲେ । ଏହାର ବିରୋଧ କରିବା ସହ ପୀଡ଼ିତା ସେଠାରୁ ଚାଲି ଆସିଥିଲେ । କିନ୍ତୁ ପରେ ପ୍ରକାଶ ପୀଡ଼ିତାଙ୍କୁ ଅଶ୍ଲୀଳ ବାର୍ତ୍ତା ପଠାଇବା ସହ ତାଙ୍କ ବଦନାମ୍‌ କରିବା କଥା କହିଥିଲେ । ମୁଁ ତାଙ୍କ ସହ ଶାରୀରିକ ସଂପର୍କ ରଖିବା ପାଇଁ ମନା କରିବାରୁ ମୁଁ ମୋ ସ୍ୱାମୀଙ୍କୁ ହତ୍ୟା କରିଛି ବୋଲି ସେ ମିଥ୍ୟା ପ୍ରଚାର କରିଥିଲେ । ଏ ନେଇ ପୀଡ଼ିତା ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗ ରଖିବା ପାଇଁ ମନା କରିବାରୁ ପୀଡ଼ିତା ଫେସ୍‌ବୁକ୍‌ ଲାଇଭ୍‌ କରି ନିଜ କଥା ଜଣାଇଥିଲେ ।

ସମ୍ବନ୍ଧିତ ଖବର