ଟିକ୍‌-ଟକ୍‌ ଭିଡିଓ ପାଇଁ ସାଙ୍ଗକୁ ହତ୍ୟା କରିଥିଲେ ଯୁବକ, କିଛି ମାସ ପରେ ଏହି ଡ଼ରରେ କଲେ ଆତ୍ମହତ୍ୟା

ଚେନ୍ନାଇ: ଟିକ୍‌ ଟକ୍‌ ଭିଡିଓ ଅପ୍‌ଲୋଡ କରିବା ପରେ ରାଗରେ ନିଜ ସାଙ୍ଗକୁ ହତ୍ୟା କରିଥିଲେ ଯୁବକ । ଫେବୃଆରୀ ୨୨ରେ ସେ ନିଜ ବନ୍ଧୁଙ୍କୁ ହତ୍ୟା କରିଥିବା ବେଳେ ମଙ୍ଗଳବାର ସେ ବିଷ ପିଇ ଆତ୍ମହତ୍ୟା କରିଥିବା ଜଣା ପଡ଼ିଛି । ଘଟଣାଟି ତିରୁତ୍ତାନି ଅଞ୍ଚଳରେ ଘଟିଥିବା ବେଳେ ଗିରଫ ହେବା ଡ଼ରରେ ଅଭିଯୁକ୍ତ ଏପରି କରିଥିବା କୁହାଯାଉଛି । ମୃତକଙ୍କ ନାଁ ଭେଙ୍କଟରମଣ ବୋଲି ଜଣା ପଡ଼ିଥିବା ବେଳେ ସେ ତିରୁତ୍ତାନିରେ ଥିବା ଥାଝାଭେଡ଼ୁ ଗାଁରେ ରହୁଥିଲେ । ଏ ଘଟଣାକୁ ନେଇ ପୁଲିସକୁ ସୂଚନା ମିଳିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୁଲିସ ।

AI News

ସୂଚନା ମୁତାବକ, ଭେଙ୍କଟରମଣ ଫେବୃଆରୀ ୨୧ରେ ନିଜର ଜଣେ ପଡ଼ୋଶୀଙ୍କୁ ଗାଳି ଦେବା ସମୟରେ ତାଙ୍କର ଭିଡିଓ ରେକର୍ଡ କରି ଟିକ ଟକରେ ଛାଡ଼ିଥିଲେ ତାଙ୍କ ବନ୍ଧୁ ବିଜୟ । ଭିଡିଓ ଭାଇରାଲ ହେବା ପରେ ଲୋକେ ଭେଙ୍କଟରମଣଙ୍କୁ ତାଙ୍କ ବ୍ୟବହାର ପାଇଁ ସମାଲୋଚନା କରିବା ଆରମ୍ଭ କରିଥିଲେ । ଯାହା ପରେ ପର ଦିନ ଭେଙ୍କଟରମଣ ବିଜୟଙ୍କୁ ରାଗରେ ହତ୍ୟା କରିଥିଲେ । ପଡ଼ୋଶୀ ଏ ନେଇ ପୁଲିସରେ ଅଭିଯୋଗ କରିବା ପରେ କିଛି ମାସ ଘରୁ ଫେରାର ହୋଇ ଯାଇଥିଲେ ଭେଙ୍କଟରମଣ । କିନ୍ତୁ କିଛି ମାସ ଲୁଚିବା ପରେ ଗିରଫ ହେବା ଡ଼ରରେ ଭେଙ୍କଟରମଣ ଶେଷରେ ଏଭଳି ପଦକ୍ଷେପ ନେଇଥିବା କହିଛନ୍ତି ସ୍ଥାନୀୟ ଲୋକେ ।

ସମ୍ବନ୍ଧିତ ଖବର