ବିବାହ କରିବାକୁ ମନା କରିବାରୁ ଶ୍ରେଣୀଗୃହରେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କଲା ଯୁବକ

ଚେନ୍ନାଇ : ତାମିଲନାଡୁର ଚେନ୍ନାଇରେ ଜଣେ ୨୩ ବର୍ଷୀୟ ଶିକ୍ଷୟିତ୍ରୀଙ୍କ ହତ୍ୟା କରାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ କରିବାକୁ ମନାକରିବାରୁ ଅଭିଯୁକ୍ତ ଏଭଳି ଅପରାଧ କରିଥିବା ପୁଲିସ ସନ୍ଦେହ କରୁଛି । ମୃତ ଶିକ୍ଷୟିତ୍ରୀ ଶ୍ରେଣୀଗୃହରେ ଏକା ଥିବା ସମୟରେ ଅଭିଯୁକ୍ତ ରାଜଶେଖର ତାଙ୍କୁ ଆକ୍ରମଣ କରିଥିଲେ । ଏହି ଘଟଣା ପରେ ସୂଚନା ପାଇ ପୁଲିସ ଏବେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

latestly.com

ପୁଲିସ ଦେଇଥିବା ସୂଚନା ମୁତାବକ, ରାଜଶେଖର ଏବଂ ରାମ୍ୟା ଏକା ସାଙ୍ଗରେ କଲେଜରେ ପାଠ ପଢ଼ୁଥିଲେ । ୬ମାସ ତଳେ ରାଜଶେଖର ରାମ୍ୟାଙ୍କ ଘରକୁ ବିବାହ ପ୍ରସ୍ତାବ ନେଇ ଯାଇଥିବା ବେଳେ ରାମ୍ୟାଙ୍କ ପରିବାର ଲୋକେ ପ୍ରସ୍ତାବରେ ରାଜି ହୋଇ ନ ଥିଲେ । ଯାହା ପାଇଁ ଅଭିଯୁକ୍ତ ପ୍ରତିଶୋଧ ପରାୟଣ ହୋଇ ଏପରି କରିଥିବା ଆମେ ସନ୍ଦେହ କରୁଛୁ । ରାମ୍ୟାଙ୍କ ଘର ସ୍କୁଲ ପାଖରେ ଥିବାରୁ ସେ ସବୁ ବେଳେ ସମସ୍ତଙ୍କ ପହଞ୍ଚିବା ପୂର୍ବରୁ ସ୍କୁଲରେ ପହଞ୍ଚି ଯାଆନ୍ତି । ଯାହା ବିଷୟରେ ଜାଣି ରାଜଶେଖର ତାଙ୍କୁ ସ୍କୁଲରେ ହିଁ ହତ୍ୟା କରିବା ପାଇଁ ଯୋଜନା କରିଥିଲେ । ରାମ୍ୟା ଶ୍ରେଣୀଗୃହରେ ଛାତ୍ର-ଛାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ରାଜଶେଖର ରାମ୍ୟାଙ୍କୁ ହତ୍ୟା କରିଥିଲେ ।

ସମ୍ବନ୍ଧିତ ଖବର