ପେଟ ଯନ୍ତ୍ରଣା ଆରୋଗ୍ୟ କରିବା ଆଳରେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ତାନ୍ତ୍ରିକଙ୍କୁ ୨୫ ବର୍ଷ ଜେଲ୍‌

ମଥୁରା: ବୃନ୍ଦାବନରେ ଥିବା ନିଜ ଆଶ୍ରମରେ ଜଣେ ବିବାହିତା ନାରୀଙ୍କ ସହ ଦୁଷ୍କର୍ମ କରିଥିବା ଜଣେ ତାନ୍ତ୍ରିକଙ୍କୁ ସ୍ଥାନୀୟ ଫାଷ୍ଟ୍‍ ଟ୍ରାକ୍‌ ଅଦାଲତ ୨୫ ବର୍ଷ ଜେଲ୍‌ ଦଣ୍ଡ ଦେଇଛନ୍ତି।

ଫାଷ୍ଟ୍‍ ଟ୍ରାକ୍‌ କୋର୍ଟର ଅତିରିକ୍ତ ଜିଲ୍ଲା ଜଜ୍‌ ବିବେକାନନ୍ଦ ଶରଣ ତ୍ରିପାଠୀ ତାଙ୍କ ଉପରେ ୨୫, ୦୦୦ ଟଙ୍କା ଜରିମାନା ମଧ୍ୟ କରିଛନ୍ତି। ଜରିମାନା ଅର୍ଥ ନ ଦେଇ ପାରିଲେ ଆହୁରି ୨୭ ମାସ ଜେଲ୍‌ ଦଣ୍ଡ ଭୋଗିବେ ବୋଲି ଅତିରିକ୍ତ ଜିଲ୍ଲା କାଉନ୍‌ସେଲ୍‌ ପ୍ରବୀଣ କୁମାର ସିଂହ କହିଛନ୍ତି।
ଜିଲ୍ଲା ଜଜ୍‌ କୋର୍ଟରୁ ଏହି ମାମଲା ଫାଷ୍ଟ୍‍ ଟ୍ରାକ୍‌ କୋର୍ଟକୁ ସ୍ଥାନାନ୍ତର କରାଯାଇ ୪ ମାସ ମଧ୍ୟରେ ସମାଧାନ କରାଯାଇଛି ବୋଲି ଜଣେ ଅଧିକାରୀ କହିଛନ୍ତି।

ଲାଗି ରହିଥିବା ପେଟମରା ଉପସମ ପାଇଁ ହଥ୍ରାସ୍‌ର ଜଣେ ମହିଳା ନିଜ ସ୍ୱାମୀ ଏବଂ ୪ ବର୍ଷୀୟ କନ୍ୟା ସହ ଗତ ବର୍ଷ ଜୁଲାଇ ମାସରେ ଅଭିଯୁକ୍ତଙ୍କର ବୃନ୍ଦାବନସ୍ଥିତ ଆଶ୍ରମରେ ପହଞ୍ଚି ଥିଲେ।

ଅଭିଯୁକ୍ତ ତାନ୍ତ୍ରିକଙ୍କର ଜଣେ ଚେଲା ତାଙ୍କୁ କହିଲେ କି, ଦୁଷ୍ଟଶକ୍ତି ବିତାଡ଼ନ ଉପଚାର ରାତି ୧୦ଟା ପରେ ହେବାକୁ ଥିବାରୁ ଦ୍ୱିତୀୟ ତାଲାରେ ଥିବା ଏକ କୋଠରିରେ ଯାଇ ରୁହନ୍ତୁ।

ରାତି ୧୦ଟା ବେଳେ ସେ ମହିଳାଙ୍କ ସ୍ୱାମୀଙ୍କୁ ଏକ ଜଳନ୍ତା ଦୀପ ଧରାଇ ଦିଆଯାଇ କୁହାଗଲା ଯେ ସେ ଏହକୁ ନେଇ ତଳକୁ ଯାଆନ୍ତୁ। ଦୀପ ଲିଭିଲେ ଯାଇ ଉପରକୁ ଆସିବେ।

ମହିଳାଙ୍କ ବହୁ ପ୍ରତିରୋଧ ସତ୍ତ୍ୱେ ଅଭିଯୁକ୍ତ ବାବା ଦ୍ୱାରକାଦାସ ପୀଡ଼ିତାଙ୍କ ପ୍ରତି ଅସଦାଚରଣ କରି ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଦୁଷ୍ଟ ଶକ୍ତିକୁ ହଟାଇବା କର୍ମର ଏଇଟା ଗୋଟାଏ ଅଂଶ।

ଲେମ୍ବୁ କର୍ମ ନାମରେ ତହିଁ ଆର ଦିନ ସକାଳେ ତାଙ୍କ ସ୍ୱାମୀ ଶୋଇଥିବା ବେଳେ ପୁଣି ତାଙ୍କ ସହ ଦୁଷ୍କର୍ମ କରାଯାଇଥିଲା। ଅଭିଯୁକ୍ତ ମହିଳାଙ୍କୁ ସତର୍କ କରାଇ କହିଥିଲେ କି, ଚୁପ୍‌ ରହ ନାଇଁ ତ ତୋ ପରିବାର ନଷ୍ଟ ହୋଇଯିବ।

ତହିଁ ଆର ଦିନ ସେ ଦମ୍ପତି ହଥ୍ରାସ ଫେରିବା ପରେ ପୀଡ଼ିତା ପତ୍ନୀ ସାହସ ବାନ୍ଧି ସ୍ୱାମୀଙ୍କୁ ଏ କଥା କହିଲେ। ପୁଣି ସେ ଦମ୍ପତି ବୃନ୍ଦାବନ ଆସି ଜୁଲାଇ ୨୨ ତାରିଖ ଦିନ ବାବା ଦ୍ୱାରକାଦାସଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦେଇଥିଲେ।

ବିଚାରର ଶେଷ ପର୍ଯ୍ୟାୟରେ ପୀଡ଼ିତା କହିଥିଲେ ଅନ୍ୟ ଜଣେ ଦୁଷ୍କର୍ମ କରିଥିଲେ।

କିନ୍ତୁ ପୁଲିସ ପ୍ରମାଣ, ଡାକ୍ତରଙ୍କ ବୟାନ ଏବଂ ପୀଡ଼ିତାଙ୍କ ପୂର୍ବ ବୟାନ ଆଧାରରେ ତାନ୍ତ୍ରିକଙ୍କୁ ଜେଲ୍‌ ଜରିମାନା କରାଗଲା।

ସମ୍ବନ୍ଧିତ ଖବର