ବସ୍‌ରେ ଆପତ୍ତିଜନକ କାର୍ଯ୍ୟ ଉପରେ ମତ ରଖିଲେ ତସଲିମା: ଏହା କିଛି ବଡ଼ ଅପରାଧ ନୁହେଁ

ନୂଆଦିଲ୍ଲୀ: ଦିଲୀର ଏକ ବସ୍‌ ମଧ୍ୟରେ ଜଣେ ଯାତ୍ରୀ ଆପତ୍ତିଜନକ କାର୍ଯ୍ୟ କରିଥିବା ଖବରଟି ଗତକାଲି ବେଶ୍‌ ଚର୍ଚ୍ଚା ପାଲଟିଥିଲା। ବ୍ୟକ୍ତିଙ୍କର ସେହି କାର୍ଯ୍ୟକୁ ତାଙ୍କ ପାଖ ସିଟ୍‌ରେ ବସିଥିବା ଜଣେ ଯୁବତୀ ଭିଡିଓ କରି ସୋସିଆଲ୍‌ ମିଡିଆରେ ଅପ୍‌ଲୋଡ୍‌ କରିଥିଲେ। ଏବେ ସେହି ମାମଲାରେ ମତ ରଖିଛନ୍ତି ବିଶିଷ୍ଟ ବାମାବାଦୀ ତଥା ସାହିତ୍ୟିକ ତସଲିମା ନସରିନ୍‌। ଟୁଇଟର୍‌ରେ ତସଲିମା ଯାହା ପୋଷ୍ଟ୍‍ କରିଛନ୍ତି ତାହା ଏବେ ବିବାଦର ପରିସରଭୁକ୍ତ ହୋଇଛି।

 

ତସଲିମା ନିଜର ଟୁଇଟର୍‌ ଆକାଉଣ୍ଟ୍‌ରେ ଲେଖିଛନ୍ତି, ‘ଦୁଷ୍କର୍ମ ଯୁଗରେ ବସ୍‌ରେ ଆପତ୍ତିଜନକ କାର୍ଯ୍ୟ କରିଥିବା ବ୍ୟକ୍ତିଙ୍କୁ ଜଣେ ବଡ଼ ଅପରାଧୀ ବୋଲି କୁହାଯିବ ନାହିଁ। ଦୁଷ୍କର୍ମ, ହତ୍ୟା ଅପେକ୍ଷା ପୁରୁଷ ଆତ୍ମରତି କରିବା ଭଲ। ସର୍ବସାଧାରଣରେ ଆତ୍ମରତି କରିବାଟା ଏକ ଅପରାଧ କି? ଠିକ୍‌ ଅଛି, ତେବେ ଏହା ଏକ ପୀଡ଼ିତା ବିହୀନ ଅପରାଧ।’

କେତେ ଜଣ ତସଲିମାଙ୍କର ଏହି ଟୁଇଟ୍‌ରେ ତସଲିମାଙ୍କୁ ବିରୋଧ କରିଛନ୍ତି। ମାତ୍ର ତସଲିମା ସଫେଇ ଦେଇଛନ୍ତି ଯେ ‘ମୁଁ ଏହାକୁ ଅପରାଧ ନୁହେଁ ବୋଲି କହୁନାହିଁ। ମାତ୍ର ଏହା ଏକ ବଡ଼ ଅପରାଧ ନୁହେଁ। ଦୁଷ୍କର୍ମ ଓ ହତ୍ୟାଠାରୁ ଏହା ବରଂ ସହଣୀୟ ବୋଲି ଦାବି କରାଯାଇପାରେ। ପରିବେଶ କଳୁଷିତ ହେଉ ବରଂ ଏଥିରେ କୌଣସି ନୀରିହ ଯୁବତୀ ସାମିଲ୍‌ ହେବାରୁ ବର୍ତ୍ତି ଯାଉଛନ୍ତି।’

ସମ୍ବନ୍ଧିତ ଖବର