ବିଦ୍ୟାଳୟରେ ଦୁଇ ନାବାଳକ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖି ଶିକ୍ଷକ ଫେରାର୍‌!

ମୀରଟ: ଏକ ବେସରକାରୀ ବିଦ୍ୟାଳୟରେ ଜଣେ ଶିକ୍ଷକ ଦୁଇ ଜଣ ଛାତ୍ରଙ୍କୁ ସହ ସମଲିଙ୍ଗୀ ସଂପର୍କ ରଖିବା ସହିତ ସେମାନଙ୍କର ଯୌନ ଶୋଷଣ କରିଥିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି।
ଉତ୍ତର ପ୍ରଦେଶର ଭଗତପୁର ଜିଲ୍ଲାର ବିନାଉଲି ଅଞ୍ଚଳରେ ଥିବା ଏକ ବେସରକାରୀ ବିଦ୍ୟାଳୟରେ ଦୁଇ ଜଣ ଛାତ୍ର ଗୁରୁବାର ଦିନ ପହଞ୍ଚିଥିଲେ। ସେ ଦୁଇ ଛାତ୍ରଙ୍କୁ ଜଣେ ଶିକ୍ଷକ ସମଲିଙ୍ଗୀ ଯୌନ ସଂପର୍କ ରଖିବାକୁ ବାଧ୍ୟ କରିଥିଲେ। ଶିକ୍ଷକ ଜଣକ ଦୁଇ ନାବାଳକ ଛାତ୍ରଙ୍କର ଯୌନ ଶୋଷଣ କରିବାପରେ ଫେରାର୍‌ ହୋଇଯାଇଥିଲେ।
ଏ ଘଟଣା ଜାଣିବାପରେ ଦୁଇ ନାବାଳକଙ୍କର ପିତାମାତା ଓ ବିଦ୍ୟାଳୟର ଅନ୍ୟ ଅଭିଭାବକମାନେ ଉକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଏହି ମାମଲା ପୁଲିସ ନିକଟରେ ପହଞ୍ଚିବାପରେ ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶିକ୍ଷକଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୭୭(ଅପ୍ରାକୃତିକ ଯୌନ ସଂପର୍କ) ଓ ପୋସ୍କୋ ଆଇନ୍‌ ଅନୁଯାୟୀ ମାମଲା ରୁଜୁ କରିବା ସହିତ ଶିକ୍ଷକଙ୍କୁ ଗିରଫ କରିବା ଳାଗି ଚେଷ୍ଟା ଚାଲିଛି ବୋଲି ପୁଲିସ ଅଧିକାରୀ ଦେବେନ୍ଦ୍ର କୁମାର ବିଷ୍ଠ କହିଛନ୍ତି।


ଦୁଇ ନାବାଳକ ଛାତ୍ରଙ୍କର ଡାକ୍ତରୀ ମାଇନା କରାଯିବା ପରେ ସେ ସଂପର୍କରେ ଅଧିକ ତଥ୍ୟ ପାଇବା ଲାଗି ଆଗ୍ରା ଲାବୋରାଟୋରିର ସହୟତା ନିଆଯାଇଛି।

ସମ୍ବନ୍ଧିତ ଖବର