ବିବାହ ପାଇଁ ରାଜି ନହେବାରୁ ଛାତ୍ରୀଙ୍କ ଘରେ ପହଞ୍ଚି ବ୍ଲେଡ୍‌ରେ ଗଳା କାଟିଲେ ଶିକ୍ଷକ

ଭୋପାଳ: ଆନ୍ଧ୍ରପ୍ରଦେଶର କୁରନୁଲ ଜିଲ୍ଲାରେ ଜଣେ ସ୍କୁଲ ଶିକ୍ଷକ ନିଜର ଛାତ୍ରୀର କଳା କାଟି ଦେଇଥିବା ଖବର ମିଳିଛି।  ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରୀ ଶିକ୍ଷକଙ୍କ କଥା ନମାନିବାରୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟଲୋକେ କହିଛନ୍ତି। ଛାତ୍ରୀକୁ ବ୍ଲେଡ୍‌ରେ ଆକ୍ରମଣ କରିଥିବା ଶିକ୍ଷକ ନାମ ଶଙ୍କର ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶଙ୍କର ବଙ୍ଗାରୁପେତା ଅଞ୍ଚଳରେ ରାକବେଲ ହାଇସ୍କୁଲରେ ହିନ୍ଦୀ ପାଠ ପଢ଼ାନ୍ତି। ଏହି ସ୍କୁଲରେ ପାଠପଢ଼ୁଥିବା ଜଣେ ନବମଶ୍ରେଣୀ ଛାତ୍ରୀକୁ ସେ ବିବାହ କରିବେ ବୋଲି ଜିଦ୍‌ ଧରି ବସିଥିଲେ। ଛାତ୍ରୀ ଜଣକ ଶିକ୍ଷକ କଥାରେ ରାଜି ହୋଇ ନଥିଲେ। ଏଥିରେ ଉତକ୍ଷିପ୍ତ ହୋଇଯାଇ ଶିକ୍ଷକ ସିଧା ଛାତ୍ରୀଙ୍କ ଘରେ ପହଞ୍ଚିି ଯାଇଥିଲେ। ସେଠାରେ କେହି କିଛି ବୁଝିବା ପୂର୍ବରୁ ସେ ଛାତ୍ରୀର ଗଳାକୁ ବ୍ଲେଡ୍‌ରେ କାଟିବା ସହ ନିଜ ଗଳାକୁ ବି କାଟିବା ପାଇଁ ଉଦ୍ୟମ କରିଥିଲେ। ଏହି ଘଟଣା ପରେ ଛାତ୍ରୀଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ ନିଆଯାଇଥିଲା। ସ୍ଥାନୀୟଲୋକେ ଅଭିଯୁକ୍ତ ଶଙ୍କରକୁ ପୁଲିସ ଜିମା ଦେଇଥିଲେ।

ସମ୍ବନ୍ଧିତ ଖବର