ଟିଉସନ୍‌ ଶିକ୍ଷକ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୧୫ ବର୍ଷୀୟା ନାବାଳିକା 

ବାଲିଆ: ଦେଶରୁ ଅପରାଧ କମିବାର ନାଁ ଧରୁନାହିଁ। ଦିନକୁ ଦିନ ଦେଖିବାକୁ ମିଳୁଛି ନୂଆ ନୂଆ ଘଟଣା। ହତ୍ୟା, ଦୁଷ୍କର୍ମରୁ ନେଇ ଭିନ୍ନ ଭିନ୍ନ ଅପରାଧ ସବୁ ନିଜର କାୟା ବିସ୍ତାର କରିବାରେ ଲାଗିଛନ୍ତି। ନାବାଳିକାକୁ ଦୁଷ୍କର୍ମ, ବୃଦ୍ଧାଙ୍କୁ ଦୁଷ୍କର୍ମ, ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମ, ଶିକ୍ଷକଙ୍କ ଦ୍ୱାରା ଦୁଷ୍କର୍ମ ଆଦି କୁତ୍ସତ ଘଟଣା ଯେପରି ସମାଜର ଏକ ନିତିଦିନିଆ ଘଟଣା ପାଲଟିଗଲାଣି।

ଉତ୍ତରପ୍ରଦେଶରେ ପୂର୍ବରୁ ବିଭିନ୍ନ ଅପରାଧୀମ ମାମଲା ଗଣମାଧ୍ୟମରେ ଚର୍ଚ୍ଚାରେ ରହି ଆସିଛି। ଏବେ ୟୁପିର ବାଲିଆଠାରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ୟୁପିର ଏହି ବାଲିଆ ଗ୍ରାମରେ ଜଣେ ଟିଉସନ୍‌ ଶିକ୍ଷକ ତାଙ୍କର ଜଣେ ୧୫ ବର୍ଷୀୟା ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି  ବୋଲି ପୁଲିସ୍‌ ସୂଚନା ଦେଇଛି।

ଗତକାଲି ପୀଡ଼ିତା ନାବାଳିକାଙ୍କ ବାପା ଅଭିଯୁକ୍ତ ଶିକ୍ଷକଙ୍କ ନାମରେ ଥାନାରେ ଏକ ଏତଲା ଦେଇଛନ୍ତି। ଟିଉସନ୍‌ ଶିକ୍ଷକ ସଞ୍ଜୟ ବର୍ମା ଶନିବାର ଉକ୍ତି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ପୁଲିସ୍‌ ପୀଡ଼ିତା ନାବାଳିକାଙ୍କୁ ଡାକ୍ତରୀ ମାଇନା ପାଇଁ ହସ୍ପିଟାଲ୍‌କୁ ପଠାଇଛି।

ସମ୍ବନ୍ଧିତ ଖବର