ହାଇଦ୍ରାବାଦ୍ : ତେଲେଙ୍ଗାନାର ପାରିଗି ଜଙ୍ଗଲରେ ଯୁବତୀଙ୍କ ପୋଡ଼ି ଯାଇଥିବା ଶବ ଉଦ୍ଧାର ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ପୀଡ଼ିତା ଗର୍ଭବତୀ ଥିବା ଜାଣି ତା’ର ପ୍ରେମିକ ଗର୍ଭପାତ କରାଇବାକୁ ନେଇଥିଲା । କିନ୍ତୁ ଗର୍ଭପାତ ସମୟରେ ପୀଡ଼ିତାଙ୍କ ମୃତ୍ୟୁ ହେବାରୁ ଅଭିଯୁକ୍ତ ପ୍ରେମିକ କାହାକୁ ନ ଜଣାଇ ପୀଡ଼ିତାଙ୍କୁ ଜଙ୍ଗଲରେ ପୋଡ଼ି ଦେଇଥିଲା । ପୀଡ଼ିତାଙ୍କ ଘର କଲାବୁରାଗିର ବ୍ରହମ୍ପୁରରେ ହୋଇଥିବା ବେଳେ ଏବେ ତାଙ୍କ ଶବକୁ ଉଦ୍ଧାର କରିଛି ପୁଲିସ ।
India TVସୂଚନ ମୁତାବକ, ୨୨ବର୍ଷୀୟ ପୀଡ଼ିତା ରବି କୁମାର ନାମକ ଜଣେ ଯୁବକଙ୍କ ପ୍ରେମରେ ପଡ଼ିଥିଲେ । ପ୍ରେମରେ ପଡ଼ିବା ପରେ ଦୁହେଁ ଶାରୀରିକ ସଂପର୍କ ରଖିବାରୁ ପୀଡ଼ିତା ଗର୍ଭବତୀ ହୋଇଥିଲେ । ଏ ଖବର ପାଇ ରବି ନିଜକୁ ପୀଡ଼ିତାଙ୍କ ସ୍ୱାମୀର ପରିଚୟ ଦେଇ ଗର୍ଭପାତ କରାଇବାକୁ ନେଇଥିଲେ । କିନ୍ତୁ ଗର୍ଭପାତ କରିବା ସମୟରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା । ଯାହା ପରେ ପୀଡ଼ିତାଙ୍କ ଅନ୍ତିମ ସଂସ୍କାର ଜଙ୍ଗଲରେ କରି ତେଲେଙ୍ଗାନା ଚାଲି ଯାଇଥିଲେ ଅଭିଯୁକ୍ତ ରବି । ତେବେ ପୀଡ଼ିତାଙ୍କ ପରିବାର କିଛି ଦିନ ଖୋଜିବା ପରେ ସେପ୍ଟେମ୍ବର ୬ରେ ନିଖୋଜ ରିପୋର୍ଟ ଲେଖାଇଥିଲେ । ପରେ ପୀଡ଼ିତାଙ୍କ ମୃତଦେହକୁ ଜଙ୍ଗଲରୁ ଜବତ କରିଛି ପୁଲିସ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/09/-2.jpg)