ଜିହାଦ୍‌ ଓ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୁବକଙ୍କୁ ଆକର୍ଷିତ କରିବା ପାଇଁ ଫେସ୍‌ବୁକ୍‌ ବ୍ୟବହାର କରୁଥିବା ମହିଳା ଗିରଫ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଜଣେ ମହିଳା ଜିହାଦ୍‌ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଯୁବକଙ୍କୁ ଆକର୍ଷିତ କରିବା ପାଇଁ ଫେସ୍‌ବୁକ୍‌ ବ୍ୟବହାର କରୁଥିବା ସନ୍ଦେହ କରି ସୁରକ୍ଷା ଏଜେନ୍ସି ଉକ୍ତ ମହିଳାଙ୍କୁ ଗିରଫ କରିଛି ବୋଲି ରବିବାର ଜାଣିବାକୁ ମିଳିଛି। ମହିଳା ଜଣକ ଉତ୍ତର କଶ୍ମୀରସ୍ଥିତ ବାନ୍ଦିପୋରା ଅଞ୍ଚଳର ନଇଦାଖାଇର ସାଜିଆ ବୋଲି ଚିହ୍ନଟ କରାଯାଇଛି। ସାଜିଆଙ୍କର ଦୁଇଟି ପିଲା ଅଛନ୍ତି।

ସୁରକ୍ଷା ଏଜେନ୍ସି ସାଜିଆଙ୍କର ସବୁ କାର୍ଯ୍ୟକଳାପ ଉପରେ କଡ଼ା ଦୃଷ୍ଟି ରଖିଛି। ଏପରିକି ଅନ୍‌ଲାଇନ୍‌ କାର୍ଯ୍ୟକଳାପ ଉପରେ ବି। ଜାଣିବାକୁ ମିଳିଛି ଯେ ସେ ଆତଙ୍କବାଦୀ ସଂଗଠନର ବରିଷ୍ଠ ଅଧିକାରୀଙ୍କୁ ଅଧିକରୁ ଅଧିକ ଆତଙ୍କବାଦୀ ଦେବା ପାଇଁ କଥା ଦେଇଛନ୍ତି।

କିଛି ମାସ ତଳେ ସାଜିଆଙ୍କର ଏକ ଭିଡିଓ ଫେସ୍‌ବୁକ୍‌ରେ ଦେଖିବାକୁ ମିଳିଥିଲା। ତାଙ୍କୁ ପୁଲିସ୍‌ର ସୂଚନାଦାତା ବୋଲି କୁହାଯାଉଥିଲା। ଏଥିରେ କ୍ଷୁବ୍ଧ ହୋଇ ସେ ପୁଲିସ୍‌ରେ ଅଭିଯୋଗ ଆଣିଥିଲେ। ପଲିସ୍‌ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ମାତ୍ର ଏବେ ଜାଣିବାକୁ ମିଳିଛି ଯେ ସେ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲେ। ଏପରିକି ପୁଲିସ୍‌ ପଚରାଉଚରା ସମୟରେ ସେ କେତେ ଜଣ ଜଘନ୍ୟ ଆତଙ୍କବାଦୀଙ୍କ ନାମ ବି ନେଇଛନ୍ତି।

ସମ୍ବନ୍ଧିତ ଖବର