ଚୋର ଗିରଫ,୫ ମୋବାଇଇଲ୍‌ ଜବତ

ଭୁବନେଶ୍ୱର: ଘରେ ପଶି ମୋବାଇଲ୍‌ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଜଣେ ଚୋରକୁ ଗିରଫ କରିଛି। ପୁଲିସ ତା’ଠାରୁ ୫ଟି ମୋବାଇଲ୍‌ ଜବତ କରିଛି। ସାଲିଆସାହି ନୀଳକଣ୍ଠନଗର ଅଞ୍ଚଳର ଶିବ ସେଠୀ(୨୪)। ପୁଲିସ ସୂଚନା ମୁତାବକ, ଗୁରୁବାର ବିଳମ୍ବିତ ରାତିରେ ଶିବ ଆଇଆର୍‌ସି ଭିଲେଜ୍‌ ଏନ୍‌-୫ ଅଞ୍ଚଳରେ ଥିବା ଦୁର୍ଗାଦତ୍ତଙ୍କ ଘରେ ପଶି ଯାଇଥିଲା। ଆଉ ଚତୁରତା ସହ ସେଠାରୁ ୨ଟି ମୋବାଇଲ୍‌ ଫୋନ ଚୋରି କରି ନେଇଥିଲା। ସକାଳୁ ଦୁର୍ଗା ମୋବାଇଲ୍‌ ନପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଶୁକ୍ରବାର ପୁଲିସର ଏକ ଟିମ୍‌ ଶିବ ଘରେ ଚଢ଼ଉ ପରେ ସମସ୍ତ ମୋବାଇଲ୍‌ ଜବତ କରିଥିଲା। ପୁଲିସ ତାକୁ ଥାନାକୁ ଆଣି ପଚରା ଉଚରା ପରେ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର