କଲୋନିରୁ ଚୋର ଧରି ପୁଲିସ୍‌ ଜିମାଦେଲେ

ଚନ୍ଦ୍ରଶେଖରପୁର: ଆଜି ବିଳମ୍ବିତ ରାତିରେ ଚନ୍ଦ୍ରଶେଖରପୁର ବିଡିଏ କଲୋନିରୁ ଚୋରି କରୁଥିବା ବେଳେ ସ୍ଥାନୀୟ ଲୋକ ଜଣେ ଚୋରକୁ କାବୁ କରି ପୁଲିସ ଜିମା ଦେଇଛନ୍ତି। ଚୋରଟି କଲୋନି ବାହାରେ ରଖାଯାଉଥିବା କାର୍‌ ଓ ବାଇକ୍‌ ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଧରା ପଡ଼ିଥିଲା। ତା ନାଁ ବାବୁ। ସେ ନୀଳାଦ୍ରିବିହାର ବସ୍ତିରେ ରୁହେ। ବିଡିଏ କଲୋନିର ଏକ ଗଳି ରାସ୍ତାରେ ରଖାଯାଇଥିବା କାର୍‌ ଓ ବାଇକ୍‌ ତାଲା ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ଜଣେ ବ୍ୟକ୍ତି ତାଙ୍କ ସିସିଟିଭି ଦେଖି ନିକଟସ୍ଥ ପଡ଼ୋଶୀଙ୍କୁ ସୂଚନା ଦେଇଥିଲେ। ପରେ କୌଶଳକରି ଉକ୍ତ ଚୋରକୁ କାବୁ କରି ପିସିଆର୍‌କୁ ସୂଚନା ଦେଇଥିଲେ। ପୁଲିସ ଅଭିଯୁକ୍ତକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର