ଚୋର ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ୱର: ଖାରବେଳନଗର ଥାନା ପୁଲିସ ଜଣେ ଚୋରକୁ ଗିରଫ କରିବା ସହ ଗୋଟିଏ ମୋବାଇଲ୍‌ ଫୋନ୍‌ ଜବତ କରିଛି। ସେ ହେଲା ଭଦ୍ରକ ଜିଲ୍ଲା ବାଁଶଡ଼ା ଅଞ୍ଚଳର କାର୍ତ୍ତିକ ଚନ୍ଦ୍ର ବଳ(୨୬)। ପୁଲିସ ସୂଚନା ମୁତାବକ, ଗତ ୨୧ ତାରିଖ ସନ୍ଧ୍ୟାରେ ତ୍ରିଲୋଚନ ନାୟକ ନାମକ ଜଣେ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍‌ରୁ କାମସାରି ମାର୍କେଟ ବିଲ୍ଡିଂ ଯାଉଥିଲେ। ଏହି ସମୟରେ କାର୍ତ୍ତିକ ଏକ ବାଇକ୍‌ରେ ଆସି ତାଙ୍କ ମୋବାଇଲ୍‌ ଝାମ୍ପି ନେଇଥିଲା। ତ୍ରିଲୋଚନ ଏନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ କାର୍ତ୍ତିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର