ଚୋର ଗିରଫ, ମୋବାଇଲ୍‌ ଜବତ

ଭୁବନେଶ୍ବର: ମୋବାଇଲ୍‌ ଚୋରି ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ତାଠାରୁ ଗୋଟିଏ ମୋବାଇଲ୍‌ ଜବତ କରିଛି। ସେ ହେଲା ନୂଆପଲ୍ଲୀ ଭୋଇସାହି ଅଞ୍ଚଳର ପ୍ରଶାନ୍ତ ଭୋଇ(୨୪)। ମଙ୍ଗଳବାର ରାତିରେ ପ୍ରଶାନ୍ତ ପ୍ରାଣବନ୍ଧୁ ମୁଦୁଲି ନାମକ ଜଣେ ବ୍ୟକ୍ତିଙ୍କ ଘରେ ପଶି  ମୋବାଇଲ୍‌ ଚୋରି କରୁଥିବା ବେଳେ ପରିବାର ଲୋକ ଦେଖି ପାଟି କରିଥିଲେ।  ଲୋକମାନେ ଗୋଡ଼ାଇ ଗୋଡ଼ାଇ ତାକୁ କାବୁ କରିଥିଲେ। ନୂଆପଲ୍ଲୀ ଥାନା ପୁଲିସ ତାକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର