ଚୋର ଗିରଫ, ଟଙ୍କା ଜବତ

ଭୁବନେଶ୍ୱର: ଚୋରି ଅଭିଯୋଗରେ ଆଜି ଲକ୍ଷ୍ମୀସାଗର ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ତା ନାଁ ରାକେଶ ରଞ୍ଜନ ରାଉତରାୟ (୨୫)। ଘର ଓଲଟପୁର ଥାନା ଅଧୀନ ପାଟସୁନ୍ଦରପୁରରେ। ଏଠାରେ ରସୁଲଗଡ଼ ଅଞ୍ଚଳରେ ରହୁଥିଲା। ପୁଲିସ ତା ନିକଟରୁ ଚୋରି ହୋଇଥିବା ପନ୍ଦର ହଜାର ଟଙ୍କା ଜବତ କରିଛି। ସୂଚନାନୁଯାୟୀ ରବୀନ୍ଦ୍ର ବୈଜାରିଆଙ୍କ ଲକ୍ଷ୍ମୀସାଗର ଛକରେ ଏକ ଦୋକାନ ଅଛି। ୧୯ ତାରିଖ ସନ୍ଧ୍ୟାରେ ବର୍ଷା ହେଉଥିବାବେଳେ ସେହି ବାଟରେ ଯାଉଥିବା କିଛି ଯାତ୍ରୀ ତାଙ୍କ ଦୋକାନରେ ଆଶ୍ରୟ ନେଇଥିଲେ। ସେମାନଙ୍କ ମଧ୍ୟରୁ ରାକେଶ ରବୀନ୍ଦ୍ରଙ୍କ ଅନ୍ୟମନସ୍କତାର ଫାଇଦା ନେଇ ତାଙ୍କ ଟଙ୍କା ବାକ୍ସରୁ ୧୫ ହଜାର ନେଇଯାଇଥିଲା। ପୁଲିସ ରବୀନ୍ଦ୍ରଙ୍କ ଦୋକାନରେ ଲାଗଥିବା ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରି ରାକେଶକୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର