ଚୋରି ଅଭିଯୋଗରେ ୨ ମହିଳା ଗିରଫ

ଭୁବନେଶ୍ୱର: ସୁନାହାର ଚୋରି ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ୨ ମହିଳାଙ୍କୁ ଗିରଫ କରିଛି। ସେମାନେ ହେଲେ, ଲକ୍ଷ୍ମୀସାଗର ଜଗନ୍ନାଥ ନଗରର ପ୍ରସାଦିନୀ ନାୟକ(୨୫) ଓ ଲକ୍ଷ୍ମୀସାଗର ବ୍ରିଟ୍‌ କଲୋନିର ଦିଶା ମହାପାତ୍ର(୨୬)। ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ପ୍ରସାଦିନୀ ଓ ଦିଶା ଏକ ସଂସ୍ଥାରେ କାମ କରୁଥିଲେ। କୌଣସି କାରଣରୁ ଉଭୟଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା। ଏହାକୁ କେନ୍ଦ୍ର କରି ଗତ ୨୦ ତାରିଖରେ ଦିଶାଙ୍କ ଘରକୁ ଯାଇ ପ୍ରସାଦିନୀ ତାଙ୍କୁ ଗାଳିଗୁଲଜ କରିବା ସହ ତାଙ୍କ ସୁନା ହାର ଛଡ଼ାଇ ନେଇଥିଲା। ପରଦିନ ଦିଶା ପ୍ରସାଦିନୀଙ୍କ ଘରକୁ ଯାଇ ତାଙ୍କୁ ଗାଳିଗୁଲଜ କରିବା ସହ ସେ ପିନ୍ଧିଥିବା ସୁନାହାର ଭିଡ଼ି ନେଇ ଯାଇଥିଲେ। ଏନେଇ ଉଭୟ ଦିଶା ଓ ପ୍ରସାଦିନୀ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିବାରୁ ପୁଲିସ ୨ଟି ମାମଲା ରୁଜୁ କରି ଆଜି ଉଭୟଙ୍କୁ କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର