ଗାର୍ଡମାନଙ୍କ ହାବୁଡ଼ରୁ ଖସି ଯିବାବେଳେ ୯ ତାଲାରୁ ଖସି ଚୋରର ମୃତ୍ୟୁ

ଗାଜିଆବାଦ: ବୁଧବାର ପ୍ରତ୍ୟୁଷରେ ଇନ୍ଦ୍ରପୁରମ ଠାରେ ଥିବା ଏକ ଆପାର୍ଟମେଣ୍ଟ୍‌ର ୯ ତାଲାରେ ଥିବା ଗୋଟିଏ ଫ୍ଲାଟ୍‌ରୁ ଚୋରି କରିଥିବା କଥା କୁହାଯାଉଥିବା ଜଣେ ୩୦ ବର୍ଷିୟ ଲୋକ ସିକ୍ୟୁରିଟିମାନଙ୍କ କବଳରୁ ବର୍ତ୍ତିବା ନିମନ୍ତେ ଉଦ୍ୟମ କରିବା ବେଳେ ତଳକୁ ଖସିପଡ଼ି ମୃତ୍ୟୁ ବରଣ କରିଛନ୍ତି। ଲୋକଟି ଫ୍ଲାଟ୍‌ରୁ ଅଳଙ୍କାର ଚୋରି କରି ଖସି ଯାଉଥିବା ବେଳେ ନିରାପତ୍ତା ରକ୍ଷୀମାନେ ତାକୁ ଦେଖି ପକାଇଥିଲେ, କିନ୍ତୁ ସେ ଗ୍ୟାସ୍‌ ପାଇପ୍‌ ଲାଇନ୍‌ ବାଟେ ପଳାଇଯିବାକୁ ଉଦ୍ୟମ କରି ୯ ତାଲାରୁ ଖସି ପଡ଼ିଥିଲା ବୋଲି ପୁଲିସ କହିଛି।

ମୃତ ଲୋକଜଣକ ଉତ୍ତର ଦିଲ୍ଲୀର ବାସିନ୍ଦା ଧର୍ମେନ୍ଦ୍ର କୁମାର ଓ ସେ ପୂର୍ବରୁ ବହୁ ଚୋରି ମାମଲାରେ ସମ୍ପୃକ୍ତ ଥାଇ ଥରେ ଗୁଜରାଟରେ ଜେଲ୍‌ ଯାଇଥିଲା।

ପୁଲିସ କହିବା ଅନୁସାରେ, ଇନ୍ଦ୍ରପୁରମର ଅମ୍ବା ଜି ରେସିଡେନ୍‌ସି ଠାରେ ଭୋର୍‌ ୪ଟା ବେଳେ କଥାଟି ଲୋକଲୋଚନକୁ ଆସିଲା। ଜଣେ ଅଜ୍ଞାତ ବ୍ୟକ୍ତି ବ୍ଲକ୍‌ ଏ’ର ୯ ତାଲା ଫ୍ଲାଟ୍‌ରେ ପଶିଥିବା କଥା ସନ୍ଦେହ ହୋଇଥିଲା। ସେଥିରେ ରହୁଥିବା ଦମ୍ପତି ନଇଡ଼ାରେ ଥିବା ସେମାନଙ୍କ ଅଫିସରେ ରାତି ଓଳି କାମ କରନ୍ତି। ପୁଲିସ କହିବା କଥା, ଅଭିଯୁକ୍ତ ଖେଳନା ବନ୍ଧୁକ, ଲଙ୍କାଗୁଣ୍ଡ ପ୍ୟାକେଟ୍‌, ତାର-କଟା, ସ୍କୃଡ୍ରାଇଭର, ଟର୍ଚ ଏବଂ ସେଲୋଫିନ୍‌ ଆଦି ଆଣିଥିଲା ଓ ମଙ୍କିକ୍ୟାପ୍‌ ପିନ୍ଧିଥିଲା।

ସମ୍ବନ୍ଧିତ ଖବର