ପରିବା ଓ ପାନ ଦୋକାନରୁ ଚୋରି

ଖଣ୍ଡଗିରି: ଶନିବାର ବିଳମ୍ବିତ ରାତିରେ ଯାଁଳା ବଜାରସ୍ଥିତ ଦୁଇଟି ଦୋକାନରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ଏକ ପରିବା ଦୋକାନ ଓ ପାନ ଦୋକାନର ତାଲା ଭାଙ୍ଗି ଲୁଟ୍‌ପାଟ୍‌ କରିଛନ୍ତି। ପରିବା ଦୋକାନୀ ପ୍ରକାଶ ସାହୁଙ୍କ ଅଭିଯୋଗ ଅନୁସାରେ ତାଙ୍କ ଦୋକାନରୁ ଏକ କ୍ବିଣ୍ଟାଲ ଅଦା ଓ ଏକ ଦୁଇ କିଲୋୱାଟ୍ କ୍ଷମତା ବିଶିଷ୍ଟ ଇନ୍‌ଭର୍ଟର ନେଇଯାଇଛନ୍ତି। ସେହିଭଳି ତାଙ୍କ ପାଖ ପ୍ରମୋଦ ପ୍ରଧାନଙ୍କ ପାନ ଦୋକାନରୁ ସିଗାରେଟ୍‌, ବିସ୍କୁଟ୍ ଓ ଅନ୍ୟାନ୍ୟ ଦାମୀ ଜିନିଷ ଚୋରି ହୋଇଛି। ଦୁର୍ବୃତ୍ତମାନେ ଚୋରି ମାଲ୍‌କୁ ବଜାରରେ ହିଁ ବଣ୍ଟାକୁଣ୍ଟା କରିଥିବା ଦେଖିବାକୁ ମିଳିଛି। ବଣ୍ଟାକୁଣ୍ଟା ହୋଇଥିବା ସ୍ଥାନରେ ଅଦା ଓ ଏକ ପରିବା ଟ୍ରେ ପଡ଼ିଥିବା ଦେଖିବାକୁ ମିଳିଛି। ଅଭିଯୋଗ ପାଇବା ପରେ ପୁଲିସ ଚୋରମାନଙ୍କୁ ଖୋଜୁଛି। ଉଲ୍ଲେଖଯୋଗ୍ୟ ଯେ ଗତ ୪ ଦିନ ତଳେ ଦୁର୍ବୃତ୍ତମାନେ ସନ୍ତୋଷ ପ୍ରଧାନଙ୍କ ଛେଳି ଫାର୍ମରୁ ୫ଟି ଛେଳି ଉଠାଇ ନେଇଥିଲେ।

ସମ୍ବନ୍ଧିତ ଖବର