ନିର୍ମାଣାଧୀନ ଅପାର୍ଟମେଣ୍ଟରୁ ଚୋରି, ଯୁବକ ଗିରଫ

ଖଣ୍ଡଗିରି: ତମାଣ୍ଡୋ ଥାନା ଭଗବାନପୁର ଅଞ୍ଚଳରେ ନିର୍ମାଣାଧୀନ ଏକ ଆପାର୍ଟମେଣ୍ଟରୁ ଚୋରି କରୁଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଭୁବନେଶ୍ବର ସାଲିଆସାହିରେ ରହୁଥିବା କେନ୍ଦୁଝରର ତପନ ନାୟକ(୩୦)। ପୁଲିସ ତା ନିକଟରୁ ବସ୍ତାଏ କଟା ତାର ଜବତ କରିଛି। ସୂଚନାନୁସାରେ ଉକ୍ତ ଆପାର୍ଟମେଣ୍ଟରେ ଏବେ ୱେୟାରିଂ କାମ ଚାଲିଛି। ତେଣୁ ସବୁ ଘରେ ତାର ପଡ଼ିଛି ଓ ସଂଯୋଗ କାମ ସରିନଥିବାରୁ ତାର ସବୁ ବାହାରକୁ ମୁକୁଳା ହୋଇ ରହିଛି। ପୂର୍ବରୁ ଏଠାରେ ଶ୍ରମିକ ଭାବେ କାମ କରୁଥିବା ଅଭିଯୁକ୍ତ ତପନ ଏହି ତାର ସବୁକୁ କାଟି ଚୋରି ନେଇଥିଲା। ଆପାର୍ଟମେଣ୍ଟର ସବୁ ଘରୁ ତାର କଟା ହୋଇଥିବାରୁ ସୁପରଭାଇଜର୍‌ ଅର୍ତ୍ତତ୍ରାଣ ବେହ‌େରା ଏ ନେଇ ତମାଣ୍ଡୋ ଥାନାରେ ଅଭିଯୋଗ କରିଥିଲେ। ସନ୍ଦେହରେ ପଚରାଉଚରା କରୁ କରୁ ପୁଲିସ ତପନକୁ ଧରିଥିଲା।

ସମ୍ବନ୍ଧିତ ଖବର