ଚୋରି ଯୋଜନା ହେଲା ପଣ୍ଡ, ଚୋରଙ୍କୁ ଧରି ନିସ୍ତୁକ ମାଡ଼ ମାରିଲେ ଘର ମାଲିକ

ନୂଆଦିଲ୍ଲୀ : ଦିଲ୍ଲୀର ବିଜୟ ବିହାରରେ ଚୋରମାନେ ଚୋରି କରିବାକୁ ଆସି ନିସ୍ତୁକ ମାଡ଼ ମାରିଥିବା ଜଣାପଡ଼ିଛି। ଘର ବାହାରେ ତାଲା ଝୁଲୁଥିବା ଦେଖି ଚୋରମାନେ ଚୋରି କରିବା କଥା ଚିନ୍ତା କରିଥିଲେ । ଯେତେବେଳେ ସେମାନେ ତାଲା ଭାଙ୍ଗିବାର ଉଦ୍ୟମ କଲେ,ସେତେବେଳେ ଘରର ମାଲିକ ମହମ୍ମଦ ସଦ୍‌ରୁଲ ଅନସାରୀ ସେଠାରେ ପହଞ୍ଚି ପଡ଼ୋଶୀମାନଙ୍କ ସାହାଯ୍ୟରେ ଚୋରମାନଙ୍କୁ କାବୁ କରି ନେଇଥିଲେ । ଯାହା ପରେ ଚୋରମାନେ ସେଠାରୁ ଖସିଯିବାର ବାଟ ନ ପାଇ ନିସ୍ତୁକ ମାଡ଼ ଖାଇଥିଲେ ।

Daily Times

ସୂଚନା ମୁତାବକ, ଅନସାରୀ ଏକ ଘରୋଇ କମ୍ପାନୀରେ କାମ କରନ୍ତି । ଗତ ଶନିବାର ସେ ଘରେ ତାଲା ପକାଇ ନିଜ କାମରେ ବାହାରକୁ ଯାଇଥିଲେ । କିନ୍ତୁ ରାତି ୧ଟାରେ ଘରକୁ ଫେରିବା ପରେ ଘର ବାହାରେ ଦୁଇ ଜଣ ଲୋକଙ୍କୁ ଘରର ତାଲାକୁ ଭାଙ୍ଗୁଥିବାର ସେ ଦେଖିଥିଲେ । ଏହା ପରେ ଅନସାରୀ ଜୋରରେ ପାଟି କରିବାକୁ ଲାଗିଥିଲେ । ଅନସାରୀଙ୍କ ପାଟି ଶୁଣି ଚୋର ଖସି ପଳାଇବା ପାଇଁ ଚିନ୍ତା କରୁଥିବା ବେଳେ ପଡ଼ୋଶୀ ସେମାନଙ୍କୁ ଘେରି ନେଇଥିଲେ । ଯାହା ପରେ ସେମାନଙ୍କୁ ନିସ୍ତୁକ ମାଡ଼ ମରାଯିବା ସହ ପୁଲିସ ଜିମା ଦିଆ ଯାଇଥିଲା ।

ସମ୍ବନ୍ଧିତ ଖବର