ଟ୍ୟୁସନ ଯାଉଥିବା ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ ଉଦ୍ୟମ, ୩ ଅଟକ

ନୀଳଗିରିରେ ନାବାଳିକାଙ୍କୁ ଫେରିବାଲାର ଅସଦାଚରଣ ଅଭିଯୋଗ

ପାରାଦୀପ(ଜଗତସିଂହପୁର)/ ନୀଳଗିରୀ( ବାଲେଶ୍ୱର): ଗତକାଲି ସନ୍ଧ୍ୟାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଞ୍ଚଳରେ ଜଣେ ୯ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ଯାଉଥିବା ବେଳେ ତାଙ୍କୁ ୩ ଜଣ ଯୁବକ ଅପହରଣ କରି ଗଣ ଦୁଷ୍କର୍ମ ପାଇର୍ଁ ଉଦ୍ୟମ କରିଥିବା ବେଳେ ଆଜି ସକାଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଜଣେ ଫେରିବାଲା ଜଣେ ୧୦ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିଥିିବା ନେଇ ନୀଳଗିରି ଥାନାରେ ଅଭିଯୋଗ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସନ୍ଧ୍ୟାରେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଭଁସରା ଗାଁର ଜଣେ ୯ମ ଶ୍ରେଣୀ ଛାତ୍ରୀ ଟ୍ୟୁସନ ପାଇଁ ଯାଉଥିବା ବେଳେ ତାଙ୍କୁ ୩ ଜଣ ଯୁବକ ଜୋର ଜବରଦସ୍ତ ଏକ ବାଉଁଶ ବଣକୁ ଅପହରଣ କରି ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲେ। ତେବେ ଛାତ୍ରୀଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ଦୌଡ଼ି ଆସିବାରୁ ଯୁବକମାନେ ତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଏ ନେଇ ତିର୍ତ୍ତୋଲ ଥାନାରେ ଅଭିଯୋଗ ହେବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛି।
ସେହିପରି ଆଜି ସକାଳେ ନୀଳଗିରି ଥାନା ଅନ୍ତର୍ଗତ ଢ଼ୋଲପୁର ଗାଁର ଜଣେ ୧୦ ବର୍ଷୀୟା ନାବାଳିକାକୁ ସେହି ଗାଁକୁ ଫେରି କରି ଆସିଥିବା ଜିଆ ଉଲ ସେକ୍‌ ନାମକ ଜଣେ ଯୁବକ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ପୁଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର