ନାବାଳିକାର ହତ୍ୟା: ଭୁଲ୍‌ ବ୍ୟବଚ୍ଛେଦ ରିପୋର୍ଟ ପ୍ରଦାନ କରି ଜେଲ୍‌ ଭୋଗିଲେ ୩ ଡାକ୍ତର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲକ୍ଷ୍ମିପୁର ଖେରି ଜିଲ୍ଲାର ନିଗାସନ ପୁଲିସ୍‌ ଥାନା ପରିସରରେ ୨୦୧୧ ମସିହାରେ ଜଣେ ୧୪ ବର୍ଷୀୟା ନାବାଳିକାର ହତ୍ୟା ହୋଇଥିଲା। ନାବାଳିକାରଟିର ଶରୀର ବ୍ୟବଚ୍ଛେଦ କରି ଭୁଲ୍‌ ରିପୋର୍ଟ ପ୍ରଦାନ କରିଥିବା ହେତୁ ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌(ସିଜେଏମ୍‌)ଅଦାଲତ ୩ ଜଣ ଡାକ୍ତରଙ୍କୁ ୩ ବର୍ଷ ଲେଖାଏ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ସହିତ ସିଜେଏମ୍‌ ସୁନୀଲ ପ୍ରସାଦ ୩ ଜଣ ଡାକ୍ତରଙ୍କ ଉପରେ ୧୦ ହଜାର ଟଙ୍କା ଲେଖାଏ ଜରିମାନା ବି ଲଗାଇଛନ୍ତି।

ଅଭିଯୁକ୍ତ ୩ ଡାକ୍ତର ହେଛଛନ୍ତି ଡକ୍ଟର ସୁରେନ୍ଦ୍ର ପ୍ରସାଦ ସିଂହ, ଡକ୍ଟର ଅଜୟ କୁମାର ଅଗ୍ରଓ୍ଵାଲ୍‌ ଏବଂ ଅରୁଣ କୁମାର ଶର୍ମା। ଖେରି ଜିଲ୍ଲା ହସ୍ପିଟାଲ୍‌ର ଏହି ତିନି ଡାକ୍ତର ବ୍ୟବଚ୍ଛେଦ ରିପୋର୍ଟରେ ମୃତ୍ୟୁର କାରଣ ଗଳାରେ ଦଉଡ଼ି ଦେଇ ଆତ୍ମହତ୍ୟ ବୋଲି ଦର୍ଶାଇଥିଲେ। ମାତ୍ର ପରବର୍ତ୍ତୀ ମୁହୂର୍ତ୍ତରେ ଜାଣିବାକୁ ମିଳିଥିଲା ଯେ ବାସ୍ତବରେ ୨୦୧୧ ଜୁନ୍‌ ୧୧ ତାରିଖରେ ଗଳା ଚିପି ଝିଅଟିକୁ ହତ୍ୟା କରା ଯାଇଥିଲା। ଦ୍ୱିତୀୟ ବ୍ୟବଚ୍ଛେଦ ୪ ଜଣିଆ ଡାକ୍ତର ବିଶିଷ୍ଟ ଏକ ପ୍ୟାନେଲ୍‌ ଦ୍ୱାରା ହୋଇଥିଲା।

ଉଲ୍ଲେଖଯୋଗ୍ୟ, ୨୦୧୧ ମସିହା ଜୁନ୍‌ ୧୦ ତାରିଖରେ ଏହି ୧୪ ବର୍ଷୀୟା ନାବାଳିକାଟି ଗାଈ ଚରାଇବା ପାଇଁ ନିଗାସନ ପୁଲିସ୍‌ ଥାନା ପରିସରକୁ ଯାଇଥିଲା। ସେଦିନ ସେ ଘରକୁ ଫେରି ନଥିଲା। ୧୧ ତାରିଖ ଦିନ ଥାନା ପରିସରର ଏକ ଗଛରେ ନାବାଳିକାଟିର ଶରୀର ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା।

ସମ୍ବନ୍ଧିତ ଖବର