ପାକିସ୍ତାନୀ କହି ଜଣେ ମୁସଲମାନଙ୍କ ଦାଢ଼ି କାଟିଥିବା ତିନି ବ୍ୟକ୍ତି ଗିରଫ

ଗୁରୁଗ୍ରାମ: ଏ ସପ୍ତାହର ଆଦ୍ୟ ଭାଗରେ ଖଣ୍ଡ୍‌ସା ଅଞ୍ଚଳରେ ଜଣେ ୨୨ ବର୍ଷିୟ ମୁସଲମାନ ବ୍ୟକ୍ତିଙ୍କୁ ପାକିସ୍ତାନୀ କହିବା ସହ ପଣବନ୍ଦୀ ରଖି ତାଙ୍କର ଦାଢ଼ି ଖିଅର କରିବା ଅଭିଯୋଗରେ ପୁଲିସ ଗୁରୁବାର ଦିନ ତିନି ଜଣଙ୍କୁ ଗିରଫ କରିଛି। ଏ ଘଟଣାର ଗୋଟାଏ ଭିଡିଓ ମଧ୍ୟ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହୋଇଛି।

ଗିରଫ ତିନି ବ୍ୟକ୍ତି ହେଲେ ଗୌରବ ଓରଫ୍‌ ତେଢ଼ା, ନୀତିନ କୁମାର ଏବଂ ଇଖ୍‌ଲାସ୍‌ ନାମକ ଜଣେ ବାରିକ। ସେମାନଙ୍କୁ ଅଦାଲତରେ ହାଜର କରାଯାଇ ବିଚାର ବିଭାଗୀୟ ଅଦାଲତକୁ ପଠାଇ ଦିଆଯାଇଛି।

ଅଭିଯୋଗକାରୀ ଜାଫ୍ରୁଉଦ୍ଦିନ୍‌ ଇଫ୍‌କୋ ଛକ ନିକଟ ସେକ୍ଟର୍‌ ୨୯ ଠାରେ ଗୋଟାଏ ଛୋଟ ଢାବା ଖୋଲିଛି। ସେ କହିବା କଥା, ମଙ୍ଗଳବାର ଦିନ ପରିବା କିଣିବାକୁ ନିକଟସ୍ଥ ଖାଣ୍ଡ୍‌ସା ମଣ୍ଡିକୁ ଯାଇଥିବା ବେଳେ ତାଙ୍କୁ ପାକିସ୍ତାନୀ କହି ବଳପୂର୍ବକ ତାଙ୍କର ଦାଢ଼ି କାଟି ଦିଆଯାଇଥିଲା। ତାଙ୍କ ସହ ରୋଷେୟା ଇବ୍ରାହିମ୍‌ ମଧ୍ୟ ଯାଇଥିଲା।

ଘଟଣା ପରଦିନ ଅର୍ଥାତ ବୁଧବାର ରାତିରେ ଜଫ୍ରୁଉଦ୍ଦିନ୍‌ ଅଭିଯୋଗ କରିବା ପରେ ଗୁରୁବାର ଦିନ ମାମଲା ଦାଏର୍‌ କରାଯାଇଥିଲା।

ଜଲାଇ ୩୧ ତାରିଖ ସନ୍ଧ୍ୟା ୬ଟା ବେଳେ ଜଫ୍ରୁଉଦ୍ଦିନ ଓ ଇବ୍ରାହିମ୍‌ ରାତି ରୋଷେଇ ପାଇଁ ୮୧ କିଲୋମିଟର୍‌ ଦୂରରେ ଅବସ୍ଥିତ ଖଣ୍ଡ୍‌ସା ମଣ୍ଡିକୁ ପନିପରିବା ଖରିଦ୍‌ କରି ଯାଇଥିଲେ। ସେମାନେ ଦୈନିକ ତିନି ଥର ଉକ୍ତ ବଜାରକୁ ଯାଉଥିଲେ ମଧ୍ୟ ପ୍ରଥମ କରି ଆକ୍ରମଣର ସରବ୍ୟ ହୋଇଥିଲେ।

ସେ କହନ୍ତି: ମୁଁ ଚୂଳ କାଟିବା ପାଇଁ ମଣ୍ଡି ପାଖରେ ଥିବା ଏକ ରାସ୍ତାକଡ଼ ସେଲୁନ୍‌କୁ ଯାଇଥିଲି। ସେଲୁନ୍‌ରେ ପୂର୍ବରୁ ଦୁଇ ଜଣ ଲୋକ ଦାଢ଼ି ଓ ଚୂଳ କାଟୁଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଦାଢ଼ି କାଟି ସାରି ମତେ ଦାଢ଼ି କାଟିବାକୁ କହିଲେ। ଧାର୍ମିକ କାରଣରୁ ଦାଢ଼ି ରଖିଛି ବୋଲି କହିବାରୁ ସେମାନେ ମୋତେ ଗାଳି ଫଜିତ୍‌ କଲେ। ସେମାନେ ମୋର୍‌ ଦୁଇ ହାତକୁ ଧରି ମୋ ଦାଢ଼ି କାଟିବାକୁ ବାରିକକୁ ବାଧ୍ୟ କଲେ। ପ୍ରଥମେ ବାରିକ ଅରାଜି ହେଉଥିଲା ସେମାନେ ତାକୁ ଧମକଚମକ ଦେଇ ମତେ ଅନେକ ଥର ମାରଧର କଲେ।

ପୀଡ଼ିତମାନେ ଖସି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଗୌରବ ଓ ନୀତିନ୍‌ ତାଙ୍କୁ ପଣବନ୍ଦୀ ରଖିଥିଲେ। ସେମାନଙ୍କ ମଧ୍ୟରୁ ଜଣେ କ୍ଷୁର ଧରି ନିଜେ ଦାଢ଼ି କାଟିଦେବ ବୋଲି କହିବାରୁ ବାରିକ ଓ ମୁଁ ଡରିଗଲୁ। କ୍ଷୁର ରଖି ଦେବାକୁ କହି ବାରିକ ମୋ ଦାଢ଼ି କାଟିଥିଲେ। ଏ ଘଟଣାର ଏକ ଭିଡିଓ ମଧ୍ୟ ସେମାନେ ପ୍ରସ୍ତୁତ କରିଥିଲେ।

ମୁଁ ଆଉ ସେ ଅଞ୍ଚଳକୁ ଆସିଲେ ମତେ ମାରିଦେବେ ବୋଲି ମଧ୍ୟ ସେମାନେ ଧମକ ଦେଲେ। ମୁଁ ବିବ୍ରତ ହୋଇ ଗାଁକୁ ପଳାଇଲି। ବୁଧବାର ଦିନ ଘରେ ସବୁ କଥା କହିଲାରୁ ପଞ୍ଚାୟତରେ କଥା ପଡ଼ି ଗୁରୁଗ୍ରାମ ପୁଲିସକୁ ଘଟଣା ଅବଗତ କରାଯାଇଥିଲା।

ଘଟଣାର ଭିଡିଓ ପାଇବା ପରେ ଦୁଇ ଘଣ୍ଟା ମଧ୍ୟରେ ଦୁର୍ବୃତ୍ତମାନଙ୍କୁ ଧରା ଯାଇଥିଲା ବୋଲି ପୁଲିସ କହିଛି।

ସମ୍ବନ୍ଧିତ ଖବର