ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ପିଟିଲେ ଟୋଲପ୍ଲାଜା କର୍ମଚାରୀ, ଭାଇରାଲ ହେଲା ଭିଡିଓ

ଭୋପାଲ: ମଧ୍ୟପ୍ରଦେଶର ଭୌରାସା ଅଞ୍ଚଳରେ ଥିବା ଏକ ଟୋଲପ୍ଲାଜାର କର୍ମଚାରୀମାନେ ରାସ୍ତାକୁ ଓହ୍ଲାଇ ରାସ୍ତାରେ ଯାଉଥିବା ଲୋକଙ୍କୁ ମାଡ଼ ମାରୁଥିବା ଦେଖା ଯାଇଛି । ଯାହାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏହାର କାରଣ ଜଣାପଡ଼ି ନାହିଁ। ପୂର୍ବରୁ ଟୋଲ କର୍ମଚାରୀଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ସାମ୍ନାକୁ ଆସିଥିବା ବେଳେ ପ୍ରଥମ କରି ଟୋଲ କର୍ମଚାରୀ ଏଭଳି କରିଥିବାର ଭିଡିଓ ସାମ୍ନାକୁ ଆସିଛି । ଗୁରୁବାର ଦେବାସ ଜିଲ୍ଲାରେ ଥିବା ଭୌରାସାରେ ଘଟିଥିବା ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଏଭଳି ଅଭାବନୀୟ ଘଟଣାର କାରଣ ଅସ୍ପଷ୍ଟ ରହିଛି ।

ତେବେ ଏହା ପ୍ରଥମ ନୁହେଁ, କିଛି ଦିନ ତଳେ ଜଣେ ଯୁବକ ମହିଳା ଟୋଲକର୍ମୀଙ୍କୁ ମାଡ଼ ମାରିଥିବାର ଭିଡିଓ ଭାଇରାଲ ହୋଇଥିଲା । ଟଙ୍କା ଦେବାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହେବାରୁ ଯୁବକ ନିଜ ଗାଡ଼ିରୁ ବାହାରି ମହିଳାଙ୍କୁ ମାଡ଼ ମାରିଥିଲେ । ଯାହାର ଭିଡିଓ ଭାଇରାଲ ହେବା ପରେ ଘଟଣାକୁ ନେଇ ଖୁବ୍‌ ଚର୍ଚ୍ଚା ହୋଇଥିଲା ।

ସମ୍ବନ୍ଧିତ ଖବର