ହତ୍ୟା ଅଭିଯୁକ୍ତର ଖୁଲାସା : ଶାରୀରିକ ସଂପର୍କ ରଖୁଥିବା ବେଳେ ଯୁବତୀଙ୍କ ଏଭଳି ଅଜବ ଦାବି ପାଇଁ ଚାଲିଯାଇଥିଲା ଜୀବନ

ନୂଆଦିଲ୍ଲୀ: ଯେଉଁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୁଲିସ ଯୁବକକୁ ଦୋଷୀ ବୋଲି ଭାବି ଗିରଫ କରିଥିଲା, ଏବେ ସେହି ମାମଲାରେ ଏକ ନୂଆ ମୋଡ଼ ଆସିଛି। ଯୁବକଜଣଙ୍କ ଘଟଣାଦିନର ପୂରା କାହାଣୀକୁ ପୁଲିସକୁ ଜଣାଇବା ପରେ ପୁଲିସ ଆଶ୍ଚର୍ଯ୍ୟ ହୋଇ ଯାଇଛି। ହତ୍ୟା ଉଦ୍ଦେଶ୍ୟରେ ନୁହେଁ ବରଂ ଶାରୀରିକ ସଂପର୍କ ରଖିବା ସମୟରେ ଯୁବତୀଜଣଙ୍କ ଯୁବକଙ୍କୁ ତାଙ୍କ ବେକ ଚିପିବା ପାଇଁ କହିଥିଲେ। ଯାହାଦ୍ବାରା ତାଙ୍କର ମୃତ୍ୟୁ ହୋଇଥିବା ନେଇ ପୁଲିସକୁ କହିଛି ଅଭିଯୁକ୍ତ।

'संबंध बनाने के दौरान टूरिस्ट लड़की ने कहा- गला दबाओ', चली गई जान
aajtak.intoday.in

ଅଭିଯୁକ୍ତର କହିବା ମୁତାବକ, ପୀଡ଼ିତା ଓ ସେ ଦୁ‌ହେଁ ଟିଣ୍ଡର ଆପ୍ ଜରିଆରେ ଦେଖା ହୋଇଥିଲେ। ପରେ କଥାବାର୍ତ୍ତା ଆଗକୁ ବଢ଼ିବାରୁ ପୀଡ଼ିତା ନ୍ୟୁଜିଲାଣ୍ଡ ଆସି ଯୁବକଙ୍କୁ ଦେଖା କରିଥିଲେ। କିଛି ସମୟ ବିତାଇବା ପରେ ଦୁହେଁ ପରସ୍ପର ସହ ଶାରୀରିକ ସଂପର୍କ ରଖୁଥିବା ବେଳେ ପୀଡ଼ିତା ତାଙ୍କ ଗଳା ଚିପିବା ପାଇଁ ଯୁବକଙ୍କୁ କହିଥିଲେ। ପୀଡ଼ିତାଙ୍କ କଥା ମାନି ଯୁବକ ତାଙ୍କ ଗଳା ଚିପିବାରୁ ଶ୍ବାସରୁଦ୍ଧ ହୋଇ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଯୁବତୀ ଫିଫଟି ସେଡସ ଅଫ୍ ଗ୍ରେ ଫିଲ୍ମର ବଡ଼ ପ୍ରଶଂସକ ଥିବାରୁ  ଶାରୀରିକ ସଂପର୍କ ରଖୁଥିବା ସମୟରେ ଅଜବ ଅଜବ ଦାବି କରିଥି‌ବା ସହ ଗଳା ଚିପିବା କଥା କହିଥିଲେ ବୋଲି କହିଛନ୍ତି ଅଭିଯୁକ୍ତ ଯୁବକ। ତେବେ ଯୁବତୀଙ୍କ ମୃତ୍ୟୁ ପରେ ଅଭିଯୁକ୍ତ ପୁଲିସ ହାତରେ ଧରା ପଡ଼ିବା ଡ଼ରରେ ତାଙ୍କୁ ସୁଟକେଶରେ ଭର୍ତ୍ତି କରି ପୋତି ଦେଇଥିଲେ। କିନ୍ତୁ ପରେ ଘଟଣାଟି ସାମ୍ନାକୁ ଆସିବା ପରେ ତାଙ୍କୁ ପୁଲିସ ଗିରଫ କରିଥିଲା।

ସମ୍ବନ୍ଧିତ ଖବର