ଦାଦର ଷ୍ଟେସନ୍‌ରେ କିନ୍ନରଙ୍କୁ ଅସଦାଚରଣ: ଅଭିଯୋଗ ଆଣିବା ପରେ ଜେଣ୍ଡର୍‌ ସାର୍ଟିଫିକେଟ୍‌ ମାଗିଲା ପୁଲିସ୍‌

ଅସଦାଚରଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣଙ୍କ ସୋସିଆଲ୍‌ ମିଡିଆରେ ନିଜ କାହାଣୀ କହିବା ପରେ ଘଟଣାର ସତ୍ୟାସତ୍ୟ ସାମ୍ନାକୁ ଆସିଛି। ମହିଳା ଜଣକ ଆହୁରି ବି ଅଭିଯୋଗ ଆଣି କହିଛନ୍ତି ଯେ ସେ ଯେତେବେଳେ ପୁଲିସ୍‌ ଷ୍ଟେସନ୍‌ରେ ଅଭିଯୋଗ ଲେଖାଇବାକୁ ଗଲେ ତାଙ୍କୁ ପ୍ରଥମେ ଏକ ଜେଣ୍ଡର୍‌(ଲିଙ୍ଗ) ସାର୍ଟିଫିକେଟ୍‌ ଦାଖଲ କରିବାକୁ କୁହାଯାଇଥିଲା।

ତେବେ, ମହିଳାଙ୍କ ଅଭିଯୋଗକୁ ଭିତ୍ତି କରି ସରକାରୀ ରେଳବାଇ ପୁଲିସ୍‌(ଜିଆର୍‌ପି) ଶନିବାର ସକାଳୁ ଅଭିଯୁକ୍ତ ପ୍ରକାଶ ଦେବେନ୍ଦ୍ର ଭଟ୍ଟଙ୍କୁ ଗିରଫ କରିଛି। କିନ୍ନର ଜଣକ ଏକ ଲୋକାଲ୍‌ ଟ୍ରେନ୍‌ରେ ନବି ମୁମ୍ବାଇରୁ ଆସୁଥିଲେ। ରାତି ପ୍ରାୟ ୧୦.୩୦ ସମୟରେ ସେ ଦାଦର ରେଳ ଷ୍ଟେସନ୍‌ରେ ଓହ୍ଲାଇଥିଲେ। ଷ୍ଟେସନ୍‌ରେ ଭଟ୍ଟ ପ୍ରଥମେ ତାଙ୍କ ସହ ଅସଦାଚରଣ କରିଥିଲେ। ସେ ପାଟି କରିବାରୁ ସେଠାରେ ଥିବା ଲୋକ ରୁଣ୍ଡ ହୋଇ ଯାଇଥିଲେ। ପରେ ପୁଲିସ୍‌ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର