ବିଶ୍ୱର ସର୍ବବୃହତ୍ତ ସେଲଫି ପଏଣ୍ଟ ସିଗ୍‌ନେଚର ବ୍ରିଜ୍‌ ଉପରେ ଉଲଗ୍ନ ହୋଇ କିନ୍ନର କଲେ ଉତ୍ପାତ : ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଦିଲ୍ଲୀର ସିଗ୍‌ନେଚର ବ୍ରିଜ୍‌ ବିଶ୍ୱର ସର୍ବବୃହତ୍ତ ସେଲଫି ପଏଣ୍ଟ ବୋଲି କୁହାଯାଉଛି। ଏହି ବ୍ରିଜ ଉପରେ ପ୍ରତିଦିନ ଲୋକମାନଙ୍କ ଭିଡି ଯେତିକି ଜମୁଛି ସେତିକି ଘଟଣାମାନ ସାମ୍ନାକୁ ଆସୁଛି। ନିକଟରେ ଏହି ବ୍ରିଜ ଉପରେ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ସେଲଫି ନେଉଥିବା ଚିତ୍ର ସାମ୍ନାକୁ ଆସିଥିବା ବେଳେ ଏବେ ବ୍ରିଜ ଉପରେ ଜଣେ କିନ୍ନର ନିବସ୍ତ୍ର ହୋଇ ଉତ୍ପାତ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ଏହି ମାମଲା ସାମନାକୁ ଆସିବା ପରେ ପୁଲିସ୍‌ ସାର୍ବଜନୀକ ସ୍ଥାନରେ ଅଶ୍ଲୀଳ କାର୍ଯ୍ୟକଳାପ କରିବାର ମାମଲା ରୁଜୁ କରି କିନ୍ନରକୁ ଗିରଫ କରି ନେଇଛି।

ପୁଲିସର ଜଣେ ବରିଷ୍ଠ ଅଫିସରଙ୍କ କହିବାନୁସାରେ,ସାର୍ବଜନୀକ ସ୍ଥାନରେ ଅଶ୍ଲୀଳ କାର୍ଯ୍ୟକଳାପ କରିବାର ମାମଲା ତଥା ଅନ୍ୟ ଧାରାରେ ମାମଲା ରୁଜୁ କରାଯାଇ ତଦନ୍ତ କରାଯାଉଛି । ଏମିତି ଏକ ମାମଲା ଦକ୍ଷିଣ ଦିଲ୍ଲୀର ହୋଜ ଖାସ୍‌ ଅଞ୍ଚଳରେ ଦେଖିବାକୁ ମିଳିଥିଲା। ଯେଉଁଠାରେ ଜଣେ କିନ୍ନର ଉଲଗ୍ନ ହୋଇ ଉତ୍ପାତ କରିଥିଲେ।

ସମ୍ବନ୍ଧିତ ଖବର