ତୃଣମୂଳ ସାଂସଦ ଶତାବ୍ଦୀ ରାୟଙ୍କ ବାସଭବନରୁ ଚୋରି

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ସାଂସଦ ଶତାବ୍ଦୀ ରାୟଙ୍କ ନିବାସରୁ ଚୋରି ହୋଇଥିବା ଖବର ମିଳିଛି। ଘଟଣା ସମୟରେ ଶତାଦ୍ଦୀ କି ତାଙ୍କର କେହି କେୟାରଟେକର ନିବାସରେ ଉପସ୍ଥିତ ନ ଥିଲେ। କୁହାଯାଉଛି, କେୟାରଟେକର ସୋମବାର ଦିନ ପହଞ୍ଚିଲା ପରେ ନିବାସରୁ ଚୋରି ହୋଇଥିବା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଘରର ଆସବାବପତ୍ରଠାରୁ ଆରମ୍ଭ କରି ସମସ୍ତ ସାମଗ୍ରୀ ଏଣେତେଣେ ବିଛେଇ ହୋଇ ପଡ଼ିଥିଲା। ଏହାପରେ ଶତାବ୍ଦୀଙ୍କ କେୟାରଟେକର ତୁରନ୍ତ ଏହି ଘଟଣା ସମ୍ପର୍କରେ ପୁଲିସକୁ ଖବର ଦେଇଥିଲେ।

ସୂଚନାଯୋଗ୍ୟ, ଚୋର ସାଂସଦ ଘରୁ ନଗଦ ଟଙ୍କା ଓ ଅଳଙ୍କାର ଚୋରି କରି ନେଇଛି। ତେବେ ଏହି ଘଟଣାକୁ ନେଇ ମାମଲା ରୁଜୁ କରିବା ପରେ ପୁଲିସ ଯାଞ୍ଚ ଆରମ୍ଭ କରି ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ, ଚୋର ଘରର ଝରକା ଭାଙ୍ଗି ଭିତରେ ପଶିଥିବା ଅନୁମାନ କରାଯାଉଛି। ଘର ଭିତରେ ଥିବା ଆଲମାରି ତାଡି ସେଥିରୁ ନଗଦ ଟଙ୍କା ଓ ମୂଲ୍ୟବାନ ଅଳଙ୍କାର ଆଦି ଚୋରି କରି ନେଇଛି। ଏହି ଘଟଣାକୁ ନେଇ ସାଂସଦ ଘରେ ଥିବା କେୟାରଟେକରକୁ ପୁଲିସ ପଚରାଉଚରା କରୁଛି। ଏତଦ୍‌ବ୍ୟତୀତ ପୁଲିସ ସିସିଟିଭି ଫୁଟେଜ ବି ଯାଞ୍ଚ କରୁଛି।

ସମ୍ବନ୍ଧିତ ଖବର