ଚୋରା କୋଇଲା ବୋଝେଇ ଟ୍ରକ ଜବତ,ଚାଳକ ଗିରଫ

ବାରଙ୍ଗ: ବାରଙ୍ଗ ଥାନା ପୁଲିସ ଚୋରା କୋଇଲା ଚାଲାଣ କରୁଥିବା ଏକ କୋଇଲା ବୋଝେଣ ଦଶ ଚକିଆ ଟାଟା ଟ୍ରକ୍‌(ଓଆର ୧୯ ସି ୩୫୪୫)କୁ ଜବତ କରିଛି ଓ ଏହାର ଚାଳକ ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳ ନୂଆଗାଁ ତେଲି ସାହିର ଦିନବନ୍ଧୁ ବେହେରା(୩୦)କୁ ଗିରଫ କରି କୋଟ ଚାଲାଣ କରିଛି। ଗତ ମଙ୍ଗଳ ବାର ସନ୍ଧ୍ୟାରେ ତ୍ରିଶୁଳୀଆ ଛକ ନିକଟରୁ ଚୋରା କୋଇଲା ବୋଝେଇ ଦଶ ଚକିଆ ଟ୍ରକକୁ ଜବତ କରିବା ସହ ଚାଳକକୁ ଗିରଫ କରିଥିଲା। ଥାନାକୁ ଆଣି ପଚରା ଉଚରା କରିବାରେ ପୁଲିସ ଜାଣିବାକୁ ପାଇଥିଲା ଟ୍ରକଟି ଏନଟିପିସି କଣିଆରୁ ଚୋର କୋଇଲା ନେଇ ନିଆଳି ଅଞ୍ଚଳର ଇଟାଭାଟିକୁ ଯୋଗାଇବାକୁ ଯାଉଥିବା ପୁଲିସ ଜାଣିବାକୁ ପାଇଥିଲା। ଟ୍ରକସହ କୋଇଲାର ଓଜନ ୨୮୮୯୦ କେଜି ଓ କୋଇଲାର ମୂଲ୍ୟ ବଜାରରେ ଲକ୍ଷାଧିକ ଟଙ୍କା ହେବ ବୋଲି ପୁଲିସ କହିଛି। ଚାଳକ ନାମରେ ବାରଙ୍ଗ ଥାନାରେ ପୁଲିସ ବେଆଇନ୍‌ ଖଣିଜ ସମ୍ପଦ ଚାଲାଣ ଅପରାଧରେ ମକଦ୍ଧମାରୁଜ କରି କୋଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର