ରାସ୍ତାରେ ଓଲଟିଲା ବିଦେଶୀ ମଦ ପେଟିରେ ଭର୍ତ୍ତି ଟ୍ରକ୍‌, ଲୋକେ ବୋହିନେଲେ ମନଇଚ୍ଛା

ହରଦୋଇ: ଉତ୍ତରପ୍ରଦେଶର ହରଦୋଇର ସୁରସା ଥାନା ଅଧୀନସ୍ଥ ଲକ୍ଷ୍ମୌ-ହରଦୋଇ ମାର୍ଗରେ ମଙ୍ଗଳବାର ବିଦେଶୀ ମଦରେ ଭର୍ତ୍ତି ଥିବା ଏକ ଟ୍ରକ୍‌ ଗୋଟିଏ ଗାଈକୁ ବଞ୍ଚାଇବାକୁ ଯାଇ ଖାଲରେ ଓଲଟି ପଡ଼ିଥିଲା। ଏହି ଦୁର୍ଘଟଣାରେ ଟ୍ରକ୍‌ ଚାଳକ ଓ ହେଲପର ଗୁରୁତର ହୋଇ ପଡ଼ିଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତ ଟ୍ରକ୍‌ ଚାଳକ ଓ ହେଲପରଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଇଥିଲା। ଟ୍ରକ୍‌ ଚାଳକଙ୍କ ନାମ ମୁକମ୍ମିଲ୍‌ ଓ ହେଲପର୍‌ଙ୍କ ନାମ ସାବିର ଆଂଶିକ ବୋଲି ଜଣାପଡ଼ିଛି।

ଟ୍ରକ୍‌ ଚାଳକ ମୁକମ୍ମିଲ୍‌ଙ୍କ କହିବାନୁସାରେ, ଟ୍ରକ୍‌ ମେରଠର ଏସ୍‌ପି ଟ୍ରାନ୍ସପୋର୍ଟରୁ ଲକ୍ଷ୍ମୌ ଯାଉଥିଲା। ଏହି ଟ୍ରକ୍‌ରେ ପାଖାପାଖି ଏକ କୋଟିରୁ ଅଧିକ ଟଙ୍କାର ବିଦେଶୀ ମଦରେ ଭର୍ତ୍ତି ପେଟି ଥିଲା। ଟ୍ରକ୍‌ ଓଲଟିବା ହେତୁ ମଦପେଟି ଗୁଡ଼ିକ ଖସି ପଡ଼ିଥିଲା। ଦୁର୍ଘଟଣା ପରେ ୩୦୦ରୁ ୪୦୦ ମଦ ପେଟି କମ୍‌ ରହିଛି। ଯାହାକୁ ସ୍ଥାନୀୟଲୋକମାନେ ବୋହି ନେଇ ଚାଲି ଯାଇଥିଲେ। ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ଅବକାରୀ ଅଧିକାରୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧିତ ଖବର