ଗୁଡ଼ାଖୁରେ ଦାନ୍ତ ସଫା କରୁଥିବାରୁ ସ୍ତ୍ରୀକୁ ତିନ୍‌ ତଲାକ୍‌ ଦେଲା ସ୍ୱାମୀ

ବାରବାଙ୍କି : ଉତ୍ତରପ୍ରଦେଶର ବାରବାଙ୍କି ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଛି । ସ୍ତ୍ରୀ ଗୁଡ଼ାଖୁରେ ଦାନ୍ତ ସଫା କରୁଥିବାରୁ ସ୍ୱାମୀ ରାଗରେ ତିନ୍‌ ତଲାକ୍‌ ଦେବା ଘଟଣାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ଦୁହିଁଙ୍କ ବିବାହ ୭ମାସ ତଳେ ହୋଇଥିବା ବେଳେ ସ୍ତ୍ରୀର ଏଭଳି ବଦଭ୍ୟାସ ବିଷୟରେ ଜାଣି ବିରକ୍ତ ହୋଇ ଯାଇଥିଲା ସ୍ୱାମୀ । ଗୁଡ଼ାଖୁ ଆଣିବାକୁ ଭୁଲି ଗଲେ ଘରେ ଝଗଡ଼ା ହେଉଥିଲା । ବାରମ୍ବାର ଏଭଳି ହେଉଥିବା ଦେଖି ସେଥିରୁ ମୁକ୍ତି ପାଇବା ପାଇଁ ସ୍ୱାମୀ ଏଭଳି କରିଥିବା ପୁଲିସ ଆଗରେ କହିଛନ୍ତି ପୀଡ଼ିତାଙ୍କ ସ୍ୱାମୀ ।

NewsLocker

ଅନ୍ୟ ପକ୍ଷରେ, ଗୁଡ଼ାଖୁ ପାଇଁ ନୁହେଁ ବରଂ ଯୌତୁକ ପାଇଁ ସ୍ୱାମୀ ତିନ୍‌ ତଲାକ୍‌ ଦେଇଥିବା କହିଛନ୍ତି ପୀଡ଼ିତା । ବିବାହ ପରେ ପରେ ଯୌତୁକ ପାଇଁ ମୋ ସ୍ୱାମୀ ଏବଂ ତାଙ୍କ ପରିବାର ମୋତେ ମାଡ଼ ମାରିବା ଆରମ୍ଭ କରିଥିଲେ । ପ୍ରତିଦିନ ବିନା କାରଣରେ ଗାଳି ଦେବା ସହ ମୋ ସ୍ୱାମୀ ମୋର ଅଶାଳୀନ ଭିଡିଓ ତିଆରି କରି ମୋତେ ବ୍ଲାକ୍‌ମେଲ କରିବା ଆରମ୍ଭ କରିଥିଲେ । ମୋ ସ୍ୱାମୀଙ୍କୁ ୩ଲକ୍ଷ ଟଙ୍କା ଓ ବୁଲେଟ ଗାଡ଼ି ଦରକାର ଥିବାରୁ ସେ ଏଭଳି କରୁଥିଲେ । ବିବାହ ସମୟରେ ଅନେକ ଜିନିଷ ଦିଆଯିବା ପରେ ମଧ୍ୟ ଆମ ଘରକୁ ଆସି ମୋ ସ୍ୱାମୀ ମୋତେ ତିନ୍‌ ତଲାକ୍‌ ଦେଇଥିଲେ । ଯାହାକୁ ଶୁଣି ମୋ ବାପାଙ୍କୁ ପକ୍ଷାଘାତ ହୋଇଥିଲା ବୋଲି କହିଛନ୍ତି ପୀଡ଼ିତା । ତେବେ ଦୁଇ ପକ୍ଷର ଅଭିଯୋଗ ଶୁଣିବା ପରେ ପ୍ରକୃତ ଦୋଷୀ କିଏ, ସେ ନେଇ ତଦନ୍ତ ଆରମ୍ଭ କରିଛି ପୁଲିସ ।

ସମ୍ବନ୍ଧିତ ଖବର