ବିଜେପି ବିଧାୟକ ଏସ୍‌ପିଙ୍କୁ ଧମକ ଦେଇ କାହିଁକି କହିଲେ- ତୁମେ ଲାତର ଭୂତ, ଲାତରେ ହିଁ ମାନିବ 

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଭାରତୀୟ ଜନତା ପାର୍ଟର ଜଣେ ବିଧାୟକଙ୍କ ଏଭଳି ଏକ ଚେହେରା ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଭାବିବେ ରାଜନେତାଙ୍କ ମନରେ ପ୍ରଶାସନ ପ୍ରତି ଏଭଳି ବି ଭାବନ ରହିଛି।

ନିକଟରେ ଏକ ଭିଡିଓ ଭାଇରାଲ ହୋଇଛି। ଯେଉଁଥିରେ ଭାଜପା ବିଧାୟକ ହର୍ଷବର୍ଦ୍ଧନ ବାଜେପେୟୀ ଆଲହାବାଦ ସହର ଉତ୍ତରରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ପାଇଁ ଆସିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏସ୍‌ପି ବିଧାୟକଙ୍କୁ ଚିହ୍ନ ନପାରି ତାଙ୍କୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଚାଲିଥିବା ବୈଠକ ଭିତରକୁ ଛାଡ଼ିଲେ ନାହିଁ। ଏଥିରେ ବିଧାୟକ ରାଗି ଯାଇ ଏସ୍‌ପିଙ୍କ ଉପରକୁ ଉପଶବ୍ଦ ପ୍ରୟୋଗ କରୁଛନ୍ତି ଏବଂ କହୁଛନ୍ତି, ତୁମେ ଲାତ ଭୂତ, ଲାତରେ ହିଁ ମାନିବ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଭାଜପା ବିଧାୟକ ହର୍ଷବର୍ଦ୍ଧନ ବାଜେପେୟୀ କହୁଛନ୍ତି, ମୁଁ ଏସ୍‌ପିଙ୍କୁ କୌଣସି ଖରାପ ବ୍ୟବହାର କରି ନାହିଁ। କେବଳ ତାଙ୍କୁ ଏତିକି କହିଥିଲି କି ବରିଷ୍ଠ ମନ୍ତ୍ରୀମାନଙ୍କୁ ସମ୍ମାନ ନଦେଖାଉଥିବା ଅଧିକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଏହି ଘଟଣା ପ୍ରଥମ ନୁହେଁ ଏହା ପୂର୍ବରୁ ବି ରାଜନେତାମାନେ ପୁଲିସକର୍ମୀଙ୍କୁ ଏଭଳି ବ୍ୟବହାର କରୁଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

 

ସମ୍ବନ୍ଧିତ ଖବର