ଛାତ୍ରୀଙ୍କୁ ଅସଦାଚରଣ, ଟ୍ୟୁସନ୍‌ ସାର୍‌ ଗିରଫ

ଭୁବନେଶ୍ବର: ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀସାଗର ଥାନା ପୁଲିସ ଟ୍ୟୁସନ୍‌ ସାର୍‌ଙ୍କୁ ଗିରଫ କରିଛି। ସେ ହେଲେ ଗଞ୍ଜାମ ଜିଲ୍ଲା ଖଲିକୋଟ୍‌ ଅଞ୍ଚଳର ପ୍ରଦୀପ କୁମାର ସାହୁ(୪୩)। ଏଠାରେ ଲକ୍ଷ୍ମୀସାଗର ଷ୍ଟେଜ୍-୧ ଅଞ୍ଚଳରେ ରହୁଥିଲେ। ପୁଲିସ ସୂଚନା ମୁତାବକ, ଝାରପଡ଼ା ଅଞ୍ଚଳର ଜ‌େଣ ନବମ ଶ୍ରେଣୀର ଛାତ୍ରୀ ଟ୍ୟୁସନ୍ ପାଇଁ ପ୍ରଦୀପଙ୍କ ଘରକୁ ଆସୁଥିଲେ। ଦିନେ ଛୁଟିଦିନରେ ହଠାତ୍‌ ପ୍ରଦୀପ ଛାତ୍ରୀଙ୍କୁ ପଢ଼ାଇବା ପାଇଁ ଡାକିଥିଲେ। ଛାତ୍ରୀ ଜଣଙ୍କ ଘରେ ପହଞ୍ଚିବା ପରେ ପ୍ରଦୀପ ପଢ଼ାଇବା ବଦଳରେ ତାଙ୍କ ସହ ଅସଦାଚରଣ କରିଥିଲେ। ଏ ନେଇ ସେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବ‌ାରଲୋକ ଘଟଣା ସଂପର୍କରେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ପ୍ରଦୀପକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ସମ୍ବନ୍ଧିତ ଖବର