କ୍ୟାବ୍‌ ଡ୍ରାଇଭରର ଅଶ୍ଳୀଳ ବ୍ୟବହାରରୁ ନିଜକୁ ଏପରି ବଞ୍ଚାଇଲେ ଏହି ଅଭିନେତ୍ରୀ

ନୂଆଦିଲ୍ଲୀ: ଟେଲିଭିଜନ୍‌ ଅଭିନେତ୍ରୀ ଉପାସନା ସିଂହ ନିକଟରେ ଜଣେ କ୍ୟାବ୍‌ ଡ୍ରାଇଭରଙ୍କ ଅଶ୍ଲୀଳ ବ୍ୟବହାରର ଶିକାର ହୋଇଥିଲେ। ଉପାସନା ସିଂହ କହନ୍ତି, ‘ମାର୍ଚ୍ଚ ୧୧ ତାରିଖରେ ଚଣ୍ଡିଗଡ଼ରୁ ସୁଟିଂ ସାରି ରହୁଥିବା ହୋଟେଲକୁ ମୋର ଦୁଇଜଣ ଷ୍ଟାଫ୍‌ ସହିତ କ୍ୟାବ୍‌ରେ ଫେରୁଥିଲି। ଆମର ସୁଟିଂ ଲୋକେସନ୍‌ରୁ ହୋଟେଲ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ପାଖାପାଖି ୪୫ମିନିଟ୍‌ର ସମୟ ଲାଗିଥାଏ। କିନ୍ତୁ ସେହିଦିନ ଆମକୁ ହୋଟେଲ ପହଞ୍ଚିବା ପାଇଁ ପାଖାପାଖି ଦୁଇଘଣ୍ଟାର ସମୟ ଲାଗିଥିଲା। ଯେତେବେଳେ ମୁଁ ଡ୍ରାଇଭରକୁ ପଚାରିଲି ଆଉ କେତେ ସମୟ ଲାଗିବ ସେ ଆହୁରି ୧୪କିଲୋମିଟର ଅଛି ବୋଲି କହିଥିଲା। ମୁଁ ଏହି କଥା ଶୁଣି ତୁରନ୍ତ ଗାଡ଼ି ଅଟକାଇବା ପାଇଁ କହିଥିଲି। ସେ କିନ୍ତୁ ଗାଡ଼ି ଅଟକାଇବା ପାଇଁ ମନା କରି ଦେଇଥିଲା। ଯେତେବେଳେ ଆମେ ଚିତ୍କାର କରିଥିଲୁ ସେ ଗାଡ଼ି ଅଟକାଇ ଦେଇଥିଲା। ମୁଁ ତା’ଠାରୁ ଗାଡ଼ି ଚାବି ଛଡ଼ାଇ ନେଇ କହିଲି ତୁ ବସ ମୁଁ ଗାଡ଼ି ଚଳାଇବି। କିନ୍ତୁ ସେ କିଛି ଅଭଦ୍ରାମି ଦେଖାଇଥିଲା। ଏହାପରେ ମୁଁ ଘରଲୋକଙ୍କୁ ଫୋନ୍‌ କରିବା ସହିତ ପ୍ରଡକସନ୍‌ର ଲୋକଙ୍କ ସହିତ ଘଟଣା ସମ୍ପର୍କରେ କଥା ହୋଇଥିଲି।

ଭଗବାନଙ୍କ ଦୟାରୁ ରାସ୍ତାରେ ଯାଉଥିବା ଜଣେ ବ୍ୟକ୍ତି ମୋତେ ଚିହ୍ନ କ’ଣ ହୋଇଛି ବୋଲି ପଚାରିଲା। ମୁଁ ଘଟଣା ସମ୍ପର୍କରେ କହିବାର ସେହି ବ୍ୟକ୍ତି ମୋତେ ସାହାଯ୍ୟ କରିଥିଲେ। ଏହାପରେ ପୁଲିସକୁ ଘଟଣାସ୍ଥଳରେ ପହଞ୍ଚି ଚାଳକକୁ ଥାନାକୁ ନେଇ ଯାଇଥିଲା। ଥାନାରେ ଚାଳକ ମୋତେ ଲିଖିତ ଭାବେ କ୍ଷମା ମାଗିଥିଲା।’

ସମ୍ବନ୍ଧିତ ଖବର