କାର୍‌ ବନେଟ୍‌ରେ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ଝୁଲାଇ ନେଇଥିବାରୁ ୨ ଗିରଫ

ଗୁରୁଗ୍ରାମ: ଶନିବାର ଦିନ ହରିୟାଣାର ଗୁରୁଗ୍ରାମରେ ଜଣେ ଟୋଲ୍‌ ପ୍ଲାଜା କର୍ମଚାରୀଙ୍କୁ ନିଜ କାର୍‌ ବନେଟ୍‌ରେ ପ୍ରାୟ ଛଅ କିଲୋମିଟର୍‌ ଘୋଷାରି ନେଇ ଯାଇଥିବା ସମ୍ପୃକ୍ତିରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ସେ କାର୍‌ଟିକୁ ମଧ୍ୟ ପୁଲିସ ଜବତ କରିଛି।

ଟୋଲ୍‌ ଟିକସ ଦେବା ପାଇଁ କର୍ମଚାରୀଜଣକ ଡ୍ରାଇଭରକୁ ଅଟକାଇବାଳେ ଏଭଳି ଘଟଣା ଘଟିଥିଲା। ଘଣ୍ଟାପ୍ରତି କାର୍‌ର ବେଗ ପ୍ରାୟ ୧୦୦ କିଲୋମିଟର ଥିବା ବେଳେ କୌଣସି ମତେ ବିଚରା ଟୋଲ୍‌ ପ୍ଲାଜା କର୍ମଚାରୀଜଣକ ବନେଟ୍‌ରେ ଓହଳି ରହିଥିଲେ।

ଖେରକି ଦୌଲା ଟୋଲ୍‌ ପ୍ଲାଜା ଘଟିଥିଲା ଏହି ଘଟଣା। ଡ୍ରାଇଭର୍‌ ବାରିୟର୍‌ ଟପି ଚାଲିଯାଉଥିବା ଦେଖି ତାକୁ ଅଟକାଇବାକୁ ବୁଥ୍‌ରୁ ସମ୍ପୃକ୍ତ କର୍ମଚାରୀଜଣ ବାହାରି ଆସିଥିଲେ। ଡ୍ରାଇଭର୍‌ ଗାଡ଼ି ନ ଅଟକାଇବାରୁ ସେ କାର୍‌ ବନେଟ୍‌ ଉପରକୁ ଲମ୍ଫ ଦେଇଥିଲେ, କିନ୍ତୁ ତାଙ୍କୁ ବନେଟ୍‌ରେ ସେମିତି ଝୁଲନ୍ତା ଅବସ୍ଥାରେ ଡ୍ରାଇଭର ଗୁରୁଗ୍ରାମ-ମାଣେଶ୍ୱର ରାଜପଥରେ ଗାଡ଼ି ଚଳାଇଥିଲେ।

ତୁ ମୋ କାର୍‌ ଅଟକାଇବୁ? ପୁଲିସ ବି ମୋ କାର୍‌ ଅଟକାଏ ନାହିଁ ବୋଲି କର୍ମଚାରୀ ଅରୁଣ କୁମାରଙ୍କୁ ଡ୍ରାଇଭର କହିଥିଲା। ବୁଥ୍‌ରେ ଲାଗିଥିବା ସିସିଟିଭି କ୍ୟାମେରାରେ ସମଗ୍ର ଦୃଶ୍ୟାବଳୀ ଉତ୍ତୋଳିତ ହୋଇଥିଲା।

ଗୋଟାଏ ନିକାଞ୍ଚନ ସ୍ଥାନକୁ ନେଇ ସେମାନେ କୁମାରଙ୍କୁ ମାରଧର କରିଥିଲେ, କନ୍ତୁ ସେ କୌଣସି ମତେ ତାଙ୍କ କବଳରୁ ଖସି ପଳାଇ ଆସିଲେ। ଡ୍ରାଇଭର୍‌ ଛଡ଼ା କାର୍‌ରେ ଦୁଇ ଜଣ ତରୁଣ ଥିଲେ ବୋଲି କୁମାର କହିଛନ୍ତି।

ସମ୍ବନ୍ଧିତ ଖବର